ଛତିଶଗଡର ବଳରାମପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଯୁବକଜଣକ ଜଣେ ବିଜେପି ସମର୍ଥକ ହୋଇଥିବା ବେଳେ ଦଳର ବିଜୟ ପାଇଁ ମାନସିକ କରିଥିଲେ ଏବଂ ଏହା ପୂରଣ ହେବା ପରେ ସେ ମନ୍ଦିରକୁ ଯାଇ ଦେବୀଙ୍କୁ ଆଙ୍ଗୁଠି କାଟି ଅର୍ପଣ କରିଥିଲେ ବୋଲି ଜଣାପଡିଛି। ତେବେ ଏଭଳି କରିବା ପରେ ଯୁବକଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କ ପରିବାର ତାଙ୍କୁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଯେଉଁଠାରୁ ତାଙ୍କୁ ଅମ୍ବିକାପୁର ମେଡିକାଲ କଲେଜକୁ ପଠାଯାଇଥିଲା।

 

 

ସୂଚନା ମୁତାବକ, ଜୁନ୍ ୪ରେ, ଯେତେବେଳେ ଲୋକସଭା ନିର୍ବାଚନର ଫଳାଫଳ ଆସୁଥିଲା, ସେତେବେଳେ କଂଗ୍ରେସ ଆଗରେ ଥିବା ଓ କଂଗ୍ରେସ କର୍ମୀଙ୍କ ଉତ୍ସାହ ଦେଖି ଡିପାପାଡି ନିବାସୀ ୩୦ବର୍ଷିୟ ଦୁର୍ଗେଶ ପାଣ୍ଡେ ନିରାଶ ହୋଇଯାଇଥିଲେ | ଏହା ପରେ ଦୁର୍ଗେଶ ସାୱନ୍ତ ସରନାରେ ଥିବା ପ୍ରାଚୀନ କାଳୀ ମନ୍ଦିରରେ ପହଞ୍ଚି ବିଜେପିର ବିଜୟ ପାଇଁ ପ୍ରାର୍ଥନା କରିଥିଲେ ଓ ମାନସିକ ରଖିଥିଲେ ସନ୍ଧ୍ୟାରେ ବିଜେପିର ବିଜୟର ଖବର ପାଇବା ମାତ୍ରେ ସେ ରାତିରେ ମନ୍ଦିରରେ ପହଞ୍ଚି ବାମ ହାତର ଆଙ୍ଗୁଠିକୁ କାଟି ଦେବୀଙ୍କ ପାଦରେ ଅର୍ପଣ କରିଥିଲେ। ହେଲେ ଏହା ପରେ ରକ୍ତ ବୋହିବାକୁ ରୋକିପାରିନଥିଲେ ଦୁର୍ଗେଶ | ତେଣୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଚିକିତ୍ସା ପରେ ବର୍ତ୍ତମାନ ସେ ବିପଦ ମୁକ୍ତ ଥିବା ଜଣାପଡିଛି |

 

 

By SonaliP

Leave a Reply

Your email address will not be published. Required fields are marked *