ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ସୂତ୍ର ଅନୁଯାୟୀ, ସେ କାଲି ରାତି ୧୦ଟା ୩୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବେ । ଓଡ଼ିଶାରେ ଥିବା ସମୟରେ ସେ ଦଳର କୋର୍ କମିଟି ବୈଠକରେ ଯୋଗଦେବେ । ଏହି ଅବସରରେ ସେ ରାଜ୍ୟ ପଦାଧିକାରୀ, ଜିଲ୍ଲା ନେତା ଓ କର୍ମୀମାନଙ୍କ ସହ ସିଧାସଳଖ ଆଲୋଚନା କରିବେ । ଏହା ବ୍ୟତୀତ ଖୋର୍ଦ୍ଧାରେ ଆୟୋଜିତ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସେ ଉଦ୍ଘାଟନ କରିବେ । ନିତିନ ନବୀନ ୧୮ ତାରିଖ ରାତିରେ ଦିଲ୍ଲୀ ଫେରିଯିବେ ବୋଲି ଦଳୀୟ ମୁଖପାତ୍ର ସୂଚନା ଦେଇଛନ୍ତି । Post navigation CBSE makes 3 Languages study compulsory for Class IX Students