କେନ୍ଦ୍ରାପଡ଼ା: ମିଶନଶକ୍ତି ମହିଳା ମହାସଂଘ ସଭାନେତ୍ରୀଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ସଂଯୁକ୍ତା ଶତପଥୀଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଳିର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଆଣିଛନ୍ତି । ସେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସଂଯୁକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେହିପରି ମିଶନ ଶକ୍ତିର ରାଜକନିକା ବ୍ଲକ ସଂଯୋଜକ ସୁଶାନ୍ତ ମଲ୍ଲିକ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଳି ଶାଖାର କର୍ମଚାରୀ ରାକେଶ ରାୟ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ସଂଯୁକ୍ତା ରାଜକନିକା ବ୍ଲକ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ଥିବା ବେଳେ କିପରି ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରତାପ ଦେବଙ୍କ ସହ ମଞ୍ଚରେ ରହି ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି କୃଷ୍ଣଚନ୍ଦ୍ର ପ୍ରଶ୍ନ କରିଛନ୍ତି।

ହେଲେ ଏହି ଅଭିଯୋଗ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପବିତ୍ର ରାଉତ। ସେ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ ବୋଲି କହିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *