ଭୁବନେଶ୍ୱର : ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଓଡିଆ । ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ନିହାତି ଜରୁରୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସହିତ ଚାରି ଦ୍ୱାର ଖୋଲାଯିବ । ଓଡିଆ ଅସ୍ମିତାର ସୁରକ୍ଷା ହେବ ବିଜେପିର ପ୍ରାଥମିକତା ।

ସେଥିପାଇଁ ପ୍ରଚାର ପ୍ରସାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା କାଲି  ମଧ୍ୟାହ୍ନ ୧୨.୪୫ରେ ଚାନ୍ଦବାଲିଠାରେ, ଅପରାହ୍ନ ୨.୧୫ରେ କୋରେଇ ନିର୍ବାଚନମଣ୍ଡଳୀର ପାଣିକୋଇଲିଠାରେ ଏବଂ ଅପରାହ୍ନ ୪ଟାରେ ନିମାପଡାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତା କାଲି  ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବେ । ଏହା ପରେ ଶ୍ରୀ ବିଶ୍ୱଶର୍ମା  ମୋରଡା ନିର୍ବାଚନମଣ୍ଡଳୀର ସୁଳିଆପଦା, ଅପରାହ୍ନ ସୋରର ରଘୁନାଥପୁର, ଅପରାହ୍ନ ୪ଟାରେ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି  ବଡଚଣା,  ଧର୍ମଶାଳା,  ବିଂଝାରପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହ କୋରେଇଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଶ୍ରୀ ପ୍ରଧାନ । ଅପରାହ୍ନ ୩ଟାରେ ଶ୍ରୀ ପ୍ରଧାନ ଜଗତସିଂହପୁରର ବାଲିକୁଦାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

ସେହିପରି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପାଟକୁରାଠାରେ ଅନୁଷ୍ଠିତ ରୋଡ ସୋ ଏବଂ ଜନସଭାରେ ଯୋଗ ଦେବେ । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆସନ୍ତା କାଲି ଅପରାହ୍ନ ୩ଟାରେ ନିଆଳି ନିର୍ବାଚନମଣ୍ଡଳୀର ବ୍ରାହ୍ମଣଝରିଲୋଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବା ପରେ  ଉସୁମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।

ସେହିପରି ପୂର୍ବତନ ସାଂସଦ ତଥା ସିନେ ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଆସନ୍ତା କାଲି ସକାଳ ୮.୩୦ରେ ସୁକିନ୍ଦାଠାରେ ଏବଂ ଅପରାହ୍ନ ୩ଟାରେ ଚାନ୍ଦବାଲିଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *