ଓଡ଼ିଶାର ମୁଖ୍ୟମନ୍ତ୍ରୀ ‘ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହି ସମ୍ବୋଧନ କରିବା ଦୁଃଖର କଥା। ରାଜ୍ୟର ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ଭାରତର ପ୍ରଧାନମନ୍ତ୍ରୀ କିଏ? ଓଡ଼ିଶାରେ ଏବେ ଭଡ଼ାଟିଆ ତାମିଲ୍‌ ସରକାର ଚାଲିଛି। ହେଲେ, ଏଥର ଏ ସରକାର ନିଶ୍ଚୟ ହଟିବ ଓ ବିଜେପି ସରକାର ଗଢ଼ିବ।’ ବୋଲି ଆଜି ମୟୂରଭଞ୍ଜ ନିର୍ବାଚନୀ ସଭାକୁ ସମ୍ବୋନ୍ଧିତ କରିବା ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହାସହ ସେ କହିଛନ୍ତି ଓଡ଼ିଆ ଝିଅ ଦେଶର ରାଷ୍ଟ୍ରପତି ନାଁ ପ୍ରଧାନମନ୍ତ୍ରୀ ? ଠିକ୍‌ରେ ଜାଣିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମିତି ସ୍ଥିତିରେ ସେ ଶାସନ କେମିତି କରିବେ ? ୨୫ ବର୍ଷ ହେଲାଣି ଶାସନ କରୁଛନ୍ତି, ରାଜ୍ୟରୁ ଓଡ଼ିଆ ଝିଅ ଯାଇ ଦେଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଲେଣି । ତାଙ୍କୁ ବି ଠିକ୍‌ରେ ସମ୍ମାନ ଦେଇପାରୁନାହାନ୍ତି ।

ପୂର୍ବରୁ ମହାପୁରୁଷ, ବରପୁତ୍ରଙ୍କ ନାଁ ତ ଯାହା ଭୁଲଭାଲ କହୁଥିଲେ କହୁଥିଲେ ଏବେ ନିଜ ମାଟିରେ ହିଁ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହୁଛନ୍ତି । ଆଗାମୀ ୫ ବର୍ଷର ଶାସନ ଡୋରି ନବୀନଙ୍କ ହାତରେ କେଉଁ ବିଶ୍ଵାସରେ ଜନତା ଦେବେ ? ଏମିତି କିଛି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମୟୂରଭଞ୍ଜ ଜିଲ୍ଲାର ଏକାଧିକ ସ୍ଥାନରେ ମାରାଥନ୍‌ ପ୍ରଚାର କରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *