ବିଜେଡ଼ର କଳି ବାଟରେ ପଡି ହାଟରେ ଗଡ଼ିଲାଣି ହେଲେ କିଛି ନେତା ଏହାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାଶ ଆଜି ତାଙ୍କ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାର ଥିଲା। ଏତିକି ବେଳେ ହଠାତ ଉଭା ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ସ୍ଵରୂପ କୁମାର ଦାସ ସାମ୍ବାଦିକ ସମ୍ମିଳନୀରୁ ସତ୍ୟଙ୍କ ହାତ ଧରି ନିଜ ଗାଡ଼ିରେ ବସାଇ ଫୁର ହୋଇଯାଇଥିଲେ ।
ସୂଚନାଯୋଗ୍ୟ, ବିଜେଡି ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାଶ ତାଙ୍କ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଥିଲେ । ହେଲେ ଖବର ପାଇ ଠିକ ସମୟରେ ସ୍ଵରୂପ କୁମାର ଦାସ କିଛି ସହଯୋଗୀଙ୍କ ସହ ଆସି ତାଙ୍କୁ ସେଠାରୁ ହାତ ଧରି ଜବରଦସ୍ତି ଗାଡ଼ିରେ ନେଇ ପଳାଇଥିଲେ । ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନେ ତାଙ୍କୁ କଣ ହେଉଛି ପ୍ରଶ୍ନ କରିବାରୁ ଏଇଟା ଆମ ଘର କଥା ଓ ଏଇଟା ଆମ ଭଲ ପାଇବା କହି ସାମ୍ୱାଦିକଙ୍କ କଥାକୁ ଏଡାଇ ଦେଇଥିଲେ ।

By SonaliP

Leave a Reply

Your email address will not be published. Required fields are marked *