କୋଣାର୍କ: ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୋପ ବ୍ଲକ ତରକୋର ପଞ୍ଚାୟତ ଜଗନ୍ନାଥପୁରରେ ପ୍ରଚାର ପାଇଁ ଯାଇଥିବା ବେଳେ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ମନ୍ତ୍ରୀ ଭୋଟ ମାଗିବାକୁ ଯାଇଥିବା ବେଳେ ଲୋକମାନେ ତାଙ୍କୁ ନିଜର ଅସୁବିଧା ବିଷୟରେ ଜଣାଇଥିଲେ । ହେଲେ ଏହାକୁ ବିରୋଧ କରିଥିଲେ ବିଜେଡିର କିଛି କର୍ମୀ ।
ସୂଚନା ଯୋଗ୍ୟ, ମନ୍ତ୍ରୀ ତୁଷାରକାନ୍ତି ଗୋପ ବ୍ଲକ ତରକୋର ପଞ୍ଚାୟତ ଜଗନ୍ନାଥପୁରରେ ପ୍ରଚାର ପାଇଁ ଯାଇଥିଲେ । ଗାଁ ର କିଛି ବ୍ୟକ୍ତି ଏହି ସମୟରେ ପାନୀୟ ଜଳ ସମସ୍ୟାଙ୍କୁ ନେଇ ନିଜର ଅଭିଯୋଗ ଶୁଣେଇବାକୁ ଆସିଥିଲେ । ଏହି ସମୟେ କିଛି ବିଜେଡି କର୍ମୀ ଏହି ଅଭିଯୋଗ ଶୁଣିବାକୁ ଦେଇନଥିଲେ । ଗ୍ରାମବାସୀମାନେ ରୋକ ଠୋକ ଶୁଣାଇ ଦେଇଥିଲେ ଯେ ପାଣି ନାଇଁ ତା ଭୋଟ ନାହିଁ । ଏହି ଘଟଣାରେ ମନ୍ତ୍ରୀଙ୍କୁ ବିରୋଧ କରିବାରୁ ବିଜେଡି କର୍ମୀମାନେ ଗାଁ ଲୋକେଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।

 

 

By SonaliP

Leave a Reply

Your email address will not be published. Required fields are marked *