ରାଜ୍ୟସାରା ଚର୍ଚ୍ଚାରେ ଖାଲି ନିର୍ବାଚନ। ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ପ୍ରସ୍ତୁତ ଅଛନ୍ତି। ହେଲେ ଆଜି କିଛି ଏମିତି କହିଛନ୍ତି ବିଜେପି ନେତା ମୋହନ ମାଝୀ। ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ତାଙ୍କର ଏହି କଥା। ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ଅନେକ ବିଜେଡି ନେତା ଦଳ ଛାଡ଼ିବେ।

କେବଳ ଏତିକି ନୁହଁ ୨ ସପ୍ତାହ ଭିତରେ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। ଆସ୍ତେ ଆସ୍ତେ କରି ବିଜେଡି ବିଧାୟକ ଓ ସାଂସଦମାନେ ଦଳ ଛାଡ଼ିବା ଆରମ୍ଭ କରିବେ ଏବଂ ଯାହାକୁ ଟିକେଟ ମିଳିବନି, ସେମାନେ ଅନ୍ୟ ଦଳକୁ ଯିବା ଭାବିବେ।

ସେ ଏହା ମଧ୍ୟ କହିଛନ୍ତି ଯେ ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି ଏବଂ ଆଗକୁ ୧୯୯୫ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି। ତେବେ ତାଙ୍କ କଥା କେତେ ସତ ଆଉ ମିଛ ତାହା ସମୟ କହିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *