ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ସମ୍ବଲପୁର ଖେତରାଜପୁର ରେଳ ଷ୍ଟେସନ ଯାଇ ସମ୍ବଲପୁର-ଦର୍ଶନନଗର-ସମ୍ବଲପୁର ଆସ୍ଥା ସ୍ପେଶାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଯୋଗେ ପଶ୍ଚିମ ଓଡିଶାର ରାମଭକ୍ତ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ କରିବା ସହ ପଶ୍ଚିମ ଓଡିଶାବାସୀଙ୍କୁ ଅଯୋଧ୍ୟା ସହ ଯୋଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହାସହ ଟ୍ରେନରେ ଯାତ୍ରା କରୁଥିବା ତୀର୍ଥ ଯାତ୍ରୀ ମଧ୍ୟ ବେଶ୍ ଖୁସି ପ୍ରକଟ କରିଛନ୍ତି । ଏହାପରେ ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ । ପରେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *