ଚଳିତବର୍ଷ ଲୋକସଭା ନିର୍ବାଚନର ଫଳାଫଳ ପାଇଁ ଗଣନା ବର୍ତ୍ତମାନ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କିଏ ଜିତିଛୁ ଏବଂ କିଏ ହାରିଛୁ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ୍ ଗଣନା ହେବା ପୂର୍ବରୁ ଗୋଟିଏ ଆସନର ଫଳାଫଳ ଘୋଷଣା କରାଯାଇଛି । ଯେଉଁଥିରେ ବିଜେପିର ପ୍ରଥମ ବିଜୟ ଦେଖିବାକୁ ମିଳିଛି ।

୨୦୨୪ର ଲୋକ ସଭା ନିର୍ବାଚନରେ ଗୁଜରାଟର ସୁରଟ ଲୋକ ସଭା ଆସନ ହେଉଛି ଏକମାତ୍ର ଆସନ ଯେଉଁଠାରେ ନିର୍ବାଚନ ପୂର୍ବରୁ ଫଳାଫଳ ଘୋଷଣା ହୋଇଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ନିର୍ବାଚନ କରିବାର କୌଣସି ଆବଶ୍ୟକତା ନ ଥିଲା ଏବଂ ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ନିର୍ଦ୍ୱନ୍ଦରେ ବିଜୟ ହାସଲ କରିଛନ୍ତି ।

ଗୁଜରାଟର ନିର୍ବାଚନ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି। ଏହି ଆସନ ପାଇଁ ଭାଜପାର ମୁକେଶ ଦଲାଲଙ୍କ ସମେତ ମୋଟ ୧୧ଜଣ ପ୍ରାର୍ଥୀ ଲଢୁଥିଲେ। ଏହି ସମସ୍ତ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ, କିନ୍ତୁ ନାମାଙ୍କନ ପ୍ରତ୍ୟାହାର ଦିନ ନଅ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ବୈଷୟିକ କାରଣରୁ କଂଗ୍ରେସ ପାର୍ଟି ପ୍ରାର୍ଥୀ ନୀଳେଶ କୁମ୍ବାନୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ପରେ ମୁକେଶ ମଇସାନରେ ଏକାକୀ ଲଢୁଥିଲେ। ଯେଉଁଥିପାଇଁ ମୁକେଶ କୁମାର ଦଲାଲ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *