ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ବିଜେଡି ଜିଲ୍ଲା ସଭାପତି ନିର୍ବାଚିତ ହୋଇଛନ୍ତି। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି। ୫ମ ପର୍ଯ୍ୟାୟରେ ଷ୍ଟେଟ କାଉନସିଲ ଓ ୬ଷ୍ଠ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ । ସାଙ୍ଗଠନିକ ନିର୍ବାଚନ ପରିଚାଳନା ଚୂଡ଼ାନ୍ତ ହେବାକୁ ଯାଉଛି ।

୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଭରି ଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେହିପରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ନାମାଙ୍କନ ଭରିଛନ୍ତି ବିଧାୟକ ଯୋଗେଶ ସିଂ । ଅନୁଗୁଳୁ ବିଜେଡି ଜିଲ୍ଲା ସଭାପତି ପାଇଁ ତାଳଚେର ବିଧାୟକ ବ୍ରଜ ପ୍ରଧାନ ନାମାଙ୍କନ ଭରିଛନ୍ତି । ପୂର୍ବତନ ବିଜେଡି ବିଧାୟକ ମାନସ ମାଡକାମୀ ମାଲକାନଗିରି ଜିଲ୍ଲା ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ପାଇଁ ପୁଣିଥରେ ନାମଙ୍କନ ଭରିଛନ୍ତି ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ।

Leave a Reply

Your email address will not be published. Required fields are marked *