ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ମେଣ୍ଟ ହେଲେ ଆସନ ଭାଗବଣ୍ଟା ସୂତ୍ର କଣ ହୋଇପାରେ? ଗତ ଦୁଇଦିନ ଧରି ଏଭଳି କିଛି ପ୍ରଶ୍ନକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପଡ଼ୁଛି ଉଠୁଛି। କିଛି ନେତା, ତଥାକଥିତ ରାଜନୈତିକ ବିଶେଷଜ୍ଞ ମେଣ୍ଟର ସ୍ବରୂପ ନିର୍ଣ୍ଣୟ କରିସାରିଲେଣି ଓ ଆସନ ଭାଗବଣ୍ଟା ବି। ଆଉ କେହି କେହି ମେଣ୍ଟ ହେବନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଲେଣି। ଏବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଦିଲ୍ଲୀରୁ ଫେରିଲା ପରେ କହିଛନ୍ତି ଯେ ମେଣ୍ଟକୁ ନେଇ ସେମିତି କିଛି ଚର୍ଚ୍ଚା ହୋଇନାହିଁ। ଏକାକୀ ଲଢିକି ଆଗାମୀ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଜିତିବୁ।

ମେଣ୍ଟ ହେବା ଘଟଣା ପ୍ରସାରିତ ହେବା ପରେ ଉଭୟ ଦଳର କର୍ମୀମାନେ ଚିନ୍ତାରେ ପଡ଼ିଯାଇଥିଲେ। ୨ ଦିନ ତଳେ ବବି ଦାସ , ଭିକେ ପାଣ୍ଡିଆନ ଦିଲ୍ଲୀ ଯାଇ ମେଣ୍ଟ ଆଲୋଚନା କରିଥିଲେ।

ମନମୋହନଙ୍କ ପ୍ରତିକ୍ରିୟା ପରେ ଏବେ ସମସ୍ତଙ୍କ ନଜର ବିଜେଡି ନେତା ଓ ନବୀନ ନିବାସ ଉପରେ । ମେଣ୍ଟ ଚର୍ଚ୍ଚା ଜାରି ରହିବ। ୨ ଦିନ ଭିତରେ ସାମ୍ନାକୁ ଆସିବ ମେଣ୍ଟକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *