ବିଶ୍ୱସ୍ତ ଓ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଜେଡିର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଦଳରୁ ଖୁବ୍ ଶୀଘ୍ର ଇସ୍ତଫା ଦେବେ ବୋଲି ଶୁଣାଯାଉଛି।

ବିଜୁ ଜନତା ଦଳର ବିଗତ ଦିନରେ ଯେଉଁ ରୂପାନ୍ତରଣ ହୋଇଛି, ସେଥିରେ ଭର୍ତ୍ତୃହରି ମହତାବଙ୍କ ଭଳି ଜଣେ ବରିଷ୍ଠ ଓ ଜାତୀୟ ସ୍ତରରେ ସମ୍ମାନିତ ନେତା ଅଣନିଶ୍ୱାସୀ ହୋଇପଡ଼ିଥିଲେ ବୋଲି କୁହାଯାଉଛି। ଭର୍ତ୍ତୃହରି କଟକ ଲୋକସଭା ଆସନରୁ କ୍ରମାଗତ ଭାବେ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ବିଜେଡିର ସ୍ଥିତି ଓ ସଙ୍ଗଠନରେ ହୋଉଥିବା ଅପ୍ରତ୍ୟାଶିତ ପରିବର୍ତ୍ତନ ଯୋଗୁ ବହୁ ନେତା ଦଳ ପ୍ରତି ବିମୁଖ ଭାବ ପ୍ରକାଶ କରୁଛନ୍ତି। ଏହି ପରିସ୍ଥିତିରେ ଭର୍ତ୍ତୃହରି ମହତାବଙ୍କର ସମ୍ଭାବ୍ୟ ଇସ୍ତଫା ବିଜୁ ଜନତା ଦଳ ପ୍ରତି ଏକ ଶକ୍ତ ଧକ୍କା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *