ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଅଘଟଣରେ ଦୁଃଖ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି ଘଟଣାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏଭଳି ଘଟଣା ଇତିହାସରେ କେବେ ଆମେ ଓଡ଼ିଶାବାସୀ ଦେଖି ନଥିଲୁ । ସେ ଆଉ ମଧ୍ୟ କହିଛନ୍ତି ଏତେ ଲୋକ ଚଢ଼ିଲେ କେମିତି ଓ କାହିଁକି ଚଢ଼ିଲେ ଏସବୁ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ରଥରେ କେଉଁମାନେ ଚଢ଼ିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି କିନ୍ତୁ କାହିଁକି ଏହା କାର୍ଯ୍ୟକାରୀ ହେଲାନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଏହିସବୁ ପ୍ରଶାସନ ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି। Post navigation ବିମାନରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ପହଣ୍ଡି ଅଘଟଣରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା