କଟକରେ ଏକାଠି ହେଲେ ଦୁଇ ବରିଷ୍ଠ ନେତା ପିସିସି ସଭାପତି ଭକ୍ତ ଦାସ ଏବଂ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ । ପିସିସି ସଭାପତି ହେବା ପରେ ପ୍ରଥମ ଥର ଆଜି ଏକାଠି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭିନ୍ନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଭକ୍ତ ଓ ମୋକିମ । ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମକୁ ଯାଇ ନଥିଲେ ମୋକିମ । ଉଭୟଙ୍କ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଥିଲା । ଏହା ପରେ ଭକ୍ତ ଦାସ କହିଛନ୍ତି ମହମ୍ମଦ ମୋକିମଙ୍କୁ ମିଳିବ ଦଳରେ ଗୁରୁଦାୟିତ୍ୱ । ମୋକିମ ଦଳର ଜଣେ ଦକ୍ଷ ନେତା। ମୁଁ ସଭାପତି ହେବା ପରେ ମୋକିମ ମୋତେ ଭେଟିଥିଲେ। ଦଳରେ କାହା ଭିତରେ ମତଭେଦ ନାହିଁ। ଏକାଠି ହୋଇ ସମସ୍ତେ ଚାଲିବା। ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ବିପ୍ଲବ ଆଣିବ। ଯୁବପିଢ଼ି କଂଗ୍ରେସର ଭବିଷ୍ୟତ। ସେ ଆଉ ମଧ୍ୟ କହିଛନ୍ତି ସୋଫିଆ ହେଉଛନ୍ତି ଫାୟାର ବ୍ରାଣ୍ଡ ଏବଂ ମୁଁ ମୋକିମଙ୍କ ଘରକୁ ଯାଇ ଭୋଜନ କରିବି । Post navigation ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସରକାରଙ୍କ ଉଦାସନୀତାକୁ ନେଇ ପ୍ରଶ୍ନ କଲା ବିଜେଡି ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ