ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୩ ତାରିଖରେ ଘଟଣା ଘଟିଥିବା ବେଳେ ମେ ୫ ତାରିଖ ପୀଡିତାଙ୍କ ଅଭିଯୋଗ ପରେ ରୁଜୁ ହୋଉଥିଲା ମାମଲା , ମେ ୭ ତାରିଖ ଘଟଣାରେ ୮ ଜଣଙ୍କୁ ଗିରଫ କଲା ପୋଲିସ । ହେଲେ ଏବେ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି, ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା । ସମସ୍ତଙ୍କ ମେଡିକାଲ ପରୀକ୍ଷା ବି କରାଇଥିଲା। ହେଲେ କୋର୍ଟ ଚାଲାଣ କରିବା ବେଳକୁ ୩ ଜଣଙ୍କୁ ଛାଡିଦେଇଥିବା ଅଭିଯୋଗ କରିଛି ବିଜେପି । ଏମାନଙ୍କ ମଧ୍ୟରେ ଗଞ୍ଜାମର ବିଜେଡି ଛାତ୍ର ନେତା ବିକ୍ରମ ଜେନା ରହିଥିବା ବିଜେପି ଅଭିଯୋଗ କରିଛି, ଜିଲ୍ଲାର ବଡ ବଡ ବିଜେଡି ନେତାଙ୍କ ସହ ବିକ୍ରମର ସଂପର୍କ ରହିଛି। ବିଧାୟକ ବିକ୍ରମ ପଣ୍ଡା ଓ ବିଜେଡି ନେତା ସନ୍ତୋଷ ପାତ୍ରଙ୍କ ଖାସ୍ ହେଉଛି ବିକ୍ରମ ବୋଲି ବିଜେପି ଅଭିଯୋଗ କରିଛି। ତେବେ କେଉଁ ଆଧାରରେ ବିକ୍ରମ ଜେନାଙ୍କ ମେଡିକାଲ ଟେଷ୍ଟ କରି ଛାଡିଦେଲା ପୋଲିସ ? ବୋଲି ସାଧାରଣରେ ଚର୍ଚ୍ଚା ହେବା ସହ ବିଜେପି ପ୍ରଶ୍ନ କରିଥିବା ବେଳେ ନିର୍ବାଚନ ବେଳେ ବିକ୍ରମଙ୍କୁ ଖସେଇ ଦେବକୁ ଚାପ୍ ପଡ଼ିଥିବା କୁହାଯାଉଛି। କେବଳ ଏତିକି ନୁହେଁ, ଏସପି ପ୍ରେସମିଟ୍ କରି ସମ୍ବିତ ପାଣିଗ୍ରାହୀଙ୍କୁ ଗିରଫ ଦେଖାଇବା ପରେ ଭୁଲରେ ତାଙ୍କ ନା ପ୍ରକାଶ କରାଯାଇଥିବା ଏବଂ ପରେ ଜୁମନ ଗୌଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏବେ ସନ୍ଦେହ ସୃଷ୍ଟି କରିଛି। ରାତି ପାହିଲେ ବ୍ରହ୍ମପୁରରେ ନିର୍ବାଚନ ଥିବା ବେଳେ ଏଭଳି ବିବାଦ ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

By Nirvay

Leave a Reply

Your email address will not be published. Required fields are marked *