ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ତିନି ତିନିଟି ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ସିଧା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ। ଆଉ ମୋଦିଙ୍କ କଡ଼ା ସମାଲୋଚନାକୁ କାଉଣ୍ଟର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେୟାର କରିଥିବା ପ୍ରାୟ ୩ ମିନିଟ୍‌ର ଏକ ଭିଡିଓ ର ଜବାବ ରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଭାବେ କଣ୍ଢେଇ ନାଚ ନଚଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ।
ଏଆଇ ପ୍ରସ୍ତୁତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ମେସେଜକୁ ସାର୍ବଜନୀନ ଉପସ୍ଥିତିର ଭିଡିଓ ମେସେଜ୍ ସହ ତୁଳନା କଲେ ଉଭୟ ଭିତରେ ଥିବା ଆକାଶ ପାତାଳ ଫରକ ସ୍ପଷ୍ଟ ବାରି ହୋଇପଡ଼ିବ। ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା ନକରିବାକୁ ସେ ରାଜ୍ୟବାସୀ ତଥା ଗଣମାଧ୍ୟମକୁ ଅପିଲ୍ କରିଛନ୍ତି ।ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଲାଇଭ୍ ଘୋଷଣା କିମ୍ବା ରେକର୍ଡିଂ ଉପରେ ଜୋର୍ ଦେବାକୁ ଆହ୍ବାନ ଦେଇଛନ୍ତି, ଅଥବା ଏଭଳି ସମସ୍ତ ଏଆଇ ପ୍ରସ୍ତୁତ ବାର୍ତ୍ତା ଉପରେ ଲେବଲ ମାରିବାକୁ କହିଛନ୍ତି । କିଏ କଣ ସେମାନଙ୍କୁ କହୁଛି ତାହା ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି ବୋଲି ବୈଜୟନ୍ତ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

By SonaliP

Leave a Reply

Your email address will not be published. Required fields are marked *