ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ସୁନ୍ଦରଗଡ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ସୁପ୍ରିମୋ ନବିନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିଛନ୍ତି । ପୂର୍ବରୁ ସେ କଂଗ୍ରେସ ରୁ ତିନିଥର ବିଧାୟକ ମଧ୍ୟ ହୋଇଥିଲେ । କଂଗ୍ରେସରୁ ଟିକେଟ ନ ପାଇ ନିରାଶ ହୋଇ କିଛି ଦିନ ତଳେ ବିଜେଡିରେ  ମିଶିଥିଲେ । ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଥିଲେ । ତଳସରାରୁ ଟିକଟ ଆଶାୟୀ ଥିବା ଶ୍ରୀ ମାଝୀ । ନିର୍ବାଚନରେ ଦଳୀୟ ଟିକଟ ନମିଳିବାରୁ ଅସନ୍ତୁଷ୍ଟ ମଧ୍ୟ ଥିଲେ । ହେଲେ ଏବେ ତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ବହିଷ୍କୃତ କରାଯାଇଛି ।

By SonaliP

Leave a Reply

Your email address will not be published. Required fields are marked *