ଓଡ଼ିଶାରେ ଆସନ୍ତା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ସେ କହିଛନ୍ତି ଏହି ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ଅଧିକ ପଡ଼ିବାର ଆଶଙ୍କା ରହିଥିବାରୁ ବିଶେଷ ଭାବେ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ମାଲକାନଗିରି ଜିଲ୍ଲାକୁ ଅଧିକ ଆଲର୍ଟରେ ରଖାଯାଇଛି। ଆବଶ୍ୟକ ପଡ଼ିଲେ ତୁରନ୍ତ ଅତିରିକ୍ତ ଏନ୍.ଡି.ଆର୍.ଏଫ୍. (NDRF) ଟିମ୍ ମୁତୟନ କରାଯିବ ବୋଲି କେନ୍ଦ୍ର ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଏଥି ସହିତ ଛତିଶଗଡ଼ ସହ ଯୋଗାଯୋଗରେ ରଖାଯାଇଛି ।ପାଣି ଛାଡ଼ିଲେ ତୁରନ୍ତି ଜଣାଇବାକୁ ଛତିଶଗଡ଼କୁ କହିଛୁ । ପାଣି ଛଡ଼ାଗଲେ କିମ୍ବା ଜଳସ୍ତର ବୃଦ୍ଧି ପାଇଲେ ତୁରନ୍ତ ତଳିଆ ଅଞ୍ଚଳର ଜନସାଧାରଣଙ୍କୁ ଜଣାଇବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । Post navigation अमित शाह के खिलाफ 2018 की टिप्पणी से जुड़े मानहानि मामले में राहुल गांधी बरी अरुणाचल प्रदेश में चीनी कब्जे का झूठा दावा करने वाला डीपफेक वीडियो का भारतीय सेना ने किया खारिज