ପବିତ୍ର କାର୍ତ୍ତିକ ମାସର ଶୁଭାରମ୍ଭ ସହିତ ଶ୍ରୀକ୍ଷେତ୍ର ପୁରୀ ଆଧ୍ୟାତ୍ମିକମୟ ହୋଇଉଠିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ହବିଷ୍ୟାଳୀ ପବିତ୍ର ବ୍ରତ ପାଳନ ପାଇଁ ପୁରୀରେ ପହଞ୍ଚିଛନ୍ତି ।

ଏହି ମାସସାରା ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଧାର୍ମିକ କାର୍ଯ୍ୟକଳାପରେ ମନୋନିବେଶ କରିବେ । ସେଥିପାଇଁ ହବିଷ୍ୟାଳୀଙ୍କ ଯାତ୍ରା ସୁଗମ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଶ୍ରୀକ୍ଷେତ୍ରରେ ପହଞ୍ଚୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଚଳିତ ବର୍ଷ ପ୍ରାୟ ୨୪୦୦ ହବିଷ୍ୟାଳୀଙ୍କ ରହିବା, ଖାଦ୍ୟପେୟ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବନ୍ଦୋବସ୍ତ କରାଯାଇଛି । ହବିଷ୍ୟାଳୀମାନଙ୍କୁ କୌଣସି ଅସୁବିଧା ନହେବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି।

ଏଥିସହିତ, ପବିତ୍ର କାର୍ତ୍ତିକ ମାସରେ ମନ୍ଦିରରେ ହେବାକୁ ଥିବା ବିଶେଷ ନୀତିକାନ୍ତି ଏବଂ ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରଦ୍ଧାଳୁମାନେ ଯେପରି ଶାନ୍ତିପୂର୍ଣ୍ଣ ଭାବରେ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ, ତା’ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ପବିତ୍ର କାର୍ତ୍ତିକ ମାସ ସମସ୍ତ ଓଡ଼ିଶାବାସୀଙ୍କ ଜୀବନରେ ଆନନ୍ଦ ଏବଂ ଆଧ୍ୟାତ୍ମିକତା ଭରି ଦେଉ, ଏହାହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା ।

Leave a Reply

Your email address will not be published. Required fields are marked *