ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ହରିୟାଣା ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ମାଲକାନଗିରି ଥାନା ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ମୃତକ ଜଣକ ହେଲେ ମାଲକାନଗିରି ଜିଲ୍ଲାର ଏମ୍.ପି.ଭି-୭୫ ଗ୍ରାମର ତନୁପ ଦେ।

ପ୍ରାଥମିକ ସୂଚନା ମୁତାବକ, ହରିୟାଣା ପୁଲିସ ଏକ ମାମଲାରେ ତନୁପ ଦେଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିବା ସମୟରେ ହୋଟେଲରୁ ତନୁପ ଦେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଯେତେବେଳେ ତନୁପ ଦେଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବ ପରେ ସାଧାରଣ ଜନତାଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଯାଇଥିଲା ଏବଂ ମାଲକାନଗିରି ଥାନା ଆଗରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା।

ପୁଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କର ଏଭଳି ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହେବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ଆଇନଗତ ପ୍ରଶ୍ନବାଚୀ ଛିଡ଼ା କରିଛି।

Leave a Reply

Your email address will not be published. Required fields are marked *