ମିଶନ ଗଗନଯାନ ପୂର୍ବରୁ ମହାକାଶକୁ ଯିବେ ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳା। ନାସା ପକ୍ଷରୁ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ)କୁ ପଠାଇବ ନାସା। ଏହି ମିଶନରେ ଦୁଇ ଜଣ ଭାରତୀୟ ସାମିଲ ହୋଇଛନ୍ତି। ଜଣେ ପ୍ରାଇମ ଓ ଜଣେ ବ୍ୟାକଅପ ପାଇଲଟ ରହିବେ। ଶୁଭାଂଶୁ ଶୁକ୍ଳା ପ୍ରାଇମି କ୍ୟାପଟେନ ଓ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ନାୟାର ବ୍ୟାକଅପ୍ ମିଶନ ପାଇଲଟ୍ ରହିବେ। ଅଗଷ୍ଟ ପ୍ରଥମ ସପ୍ତାହରୁ ୨ ଗଗନଯାତ୍ରୀଙ୍କ ଟ୍ରେନିଂ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *