ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ କାଳିଆ ଯୋଜନା, ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା, ଶିକ୍ଷକଙ୍କୁ ୭ମ ବେତନ ଆଧାରରେ ଦରମା ଆଦି ପ୍ରସ୍ତାବ ଉପରେ ମୋହର ବାଜିଛି।

କ୍ୟାବିନେଟ ବୈଠକରେ କୃଷକମାନଙ୍କ କଲ୍ୟାଣ ନିମନ୍ତେ କାଳିଆ ହିତାଧିକାରୀଙ୍କ ୩ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହା ସହ ଭୂମିହୀନ ପରିବାରଙ୍କୁ ୩ଟି କିସ୍ତିରେ ୧୨ ହଜାର ୫ଶହ ମିଳୁଥିବା ବେଳେ ୧୮ ଲକ୍ଷ ପରିବାର ଉପକୃତ ହେଉଛନ୍ତି । ତେବେ ବର୍ତ୍ତମାନ କିନ୍ତୁ କାଳିଆ ଯୋଜନାରେ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ ଯାହା ସମୁଦାୟ ୧୪ ହଜାର ୫୦୦ ଟଙ୍କା । ସେହିଭଳି କାଳିଆ ଛାତ୍ରବୃତ୍ତି ଅବଧି ମଧ୍ୟ ୩ ବର୍ଷ ବଢ଼ିଛି।

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *