ଭୁବନେଶ୍ୱର – ଆଜି ବସିଥିବା କ୍ୟାବିନେଟ ବୈଠକରେ ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ାଇବା ନେଇ ନିଷ୍ପତ୍ତି ନିଆଯାଇଛି । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଦରମାରେ ବୃଦ୍ଧି ହେବ । ସପ୍ତମ ବେତନ କମିଶନ ହାରରେ ମୋଟ ୧୭୮୯ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବଢ଼ିବ। ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଖର୍ଚ୍ଚ ହେବ। ପଞ୍ଚାୟତରେ ନିୟମିତ ୮ ବର୍ଷ କାର୍ଯ୍ୟରତ ଥିବା ପଞ୍ଚାୟତ ଏକ୍‌ଜ୍ୟୁକେଟିଭ୍‌ ଅଫିସର (ପିଇଓ) ଓ ଭିଏଲ୍‌ଡବ୍ଲ୍ୟୁଙ୍କ ପଦୋନ୍ନତି ହେବ। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩କୁ ବୃଦ୍ଧି ସହ ପଦୋନ୍ନତି ବ୍ୟବସ୍ଥା ଲାଗୁ ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *