ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହେବେ । ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ଦୁଇଟି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ସାରିଥିବା ବେଳେ ତୃତୀୟ ଆସନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । କିନ୍ତୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ଆଲୋଚନା ପରେ ଅଶ୍ବିନୀଙ୍କ ନାମ ଏକରକମ ଚୂଡାନ୍ତ ହୋଇଥିବା ଜଣା ପଡିଛି ।

ଅଶ୍ବିନୀ ବୈଷ୍ଣବ ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ପକ୍ଷରୁ ତାଙ୍କ ନାମ ଘୋଷଣା ବିଧିବଦ୍ଧ ଭାବେ କରାଯିବ ଓ ଫେବୃଆରୀ ୧୫ ତାରିଖରେ ସେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି ।

ଏହା ବିଜୁ ଜନତା ଦଳ ପାଇଁ ଏକ କ୍ଷତି ହୋଇଥିବା ସମୟରେ ନିର୍ବାଚନର ଦୁଇ ମାସ ପୂର୍ବରୁ ଏପରି ନିଷ୍ପତ୍ତି ଉଭୟ ବିଜେଡି ଓ ବିଜେପି କର୍ମୀଙ୍କୁ ହତୋତ୍ସାହିତ କରିବ ବୋଲି ଆଶଙ୍କା କରାଯାଉଛି

By Nirvay

Leave a Reply

Your email address will not be published. Required fields are marked *