ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ଭିଡିଓ ସାମ୍ନାକୁ ଆସିଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏକ  ସାମ୍ବାଦିକ ସମ୍ମିଳନୀ କରିଥିଲେ।  ଏହି ସିସିଟିଭି ଫୁଟେଜ ଟିକୁ ଅପରାଜିତା ଜାରି କରିଛନ୍ତି। ଏଥିରେ ବୁଥ ଭିତରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦେଖିବାକୁ ମିଳୁଛି। ହେଲେ ଇଭିଏମ ଭାଙ୍ଗିବା ନେଇ ଫୁଟେଜରେ କୌଣସି ସ୍ପଷ୍ଟ ଦୃଶ୍ୟ ନାହିଁ । ଯେତେବେଳେ ଇଭିଏମ ଭାଙ୍ଗିବା ଶବ୍ଦ ଶୁଣାଯାଉଛି ସେତେ ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୂରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳିଛି ମତଦାନ ସାବ୍ୟସ୍ତ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ବେକରେ ମାଳ ପକାଇ ବୁଥରେ ପ୍ରବେଶ କରୁଛନ୍ତି। ସେତେବେଳେ ବୁଥ୍‌ ଭିତରେ ଭିଡ଼ ଦେଖିବାକୁ ମିଳିଛି। ଗହିଳ ଭିତରେ ଶ୍ରୀ ଗଜଦ୍ଦେବ ପୋଲିଂ ଅଧିକାରୀଙ୍କଠାରୁ ଚିରକୁଟ୍‌ ଧରି ଲୋକସଭା ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ ପାଖକୁ ଯାଇଥିଲେ। ସେଠାରେ ସେ ମତଦାନ ସାବ୍ୟସ୍ତ କରି ବାହାରି ବିଧାନସଭା ଇଭିଏମ୍‌ ପାଖକୁ ଆସୁଥିଲେ। ପାଖରେ ଥିଲେ ତାଙ୍କ ପତ୍ନୀ। ଠିକ୍‌ ସେହି ସମୟରେ ବିଧାନସଭା ଇଭିଏମ୍‌ ଭଙ୍ଗା ଯାଇଥିବା ଦେଖିବାକୁ ମିଳୁଛି। ବିଧାନସଭା ଇଭିଏମ ଭଙ୍ଗା ଯାଉଥିବା ବେଳେ ବିଧାୟକ ଶ୍ରୀ ଜଗଦ୍ଦେବ ଓ ତାଙ୍କ ପତ୍ନୀ ଦୂରରେ ଥିଲେ। ଦୁଇ ଜଣ ବ୍ୟକ୍ତି ଲୋକଙ୍କ ଗହଳି ଭିତରେ ବିଧାୟକଙ୍କ ସମ୍ମୁଖରେ ଇଭିଏମ ଭାଙ୍ଗି ଗେଟ୍‌ ଦେଇ ପଳାଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ଉଜାଗର ହେଲା ସତ ବିଧାୟକ ପ୍ରଶାନ୍ତ ଜଗଦେବ ନୁହେଁ ଏହି ବ୍ୟକ୍ତି ଭାଙ୍ଗିଛନ୍ତି ଇଭିଏମ୍‌ ନାମ -ଅଶ୍ୱିନୀ ନାୟକ,  ପିତାଙ୍କ ନାମ -କରୁଣାକର ନାୟକ, ଗ୍ରାମ -କାଉଁରିଆ ପାଟଣା, ପଞ୍ଚାୟତ-ବୋଲଗଡ଼, ବ୍ଲକ ବୋଲଗଡ଼, ଜିଲ୍ଲା  ଖୋର୍ଦ୍ଧା ପୋଲିସର ଭୂମିକା ଭୁଲ ପ୍ରମାଣିତ ହେଲା । ନିର୍ଦୋଷୀ ବିଧାୟକ ପ୍ରଶାନ୍ତ ଜଗଦେବ ଖଲାସ ହୁଅନ୍ତୁ l ଦୋଷୀ ଦଣ୍ଡପାଉ, ଅନ୍ୟାୟ କରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ

By SonaliP

Leave a Reply

Your email address will not be published. Required fields are marked *