ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ପୁଲିସ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୦ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଗାଡ଼ିଟି ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଧରି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ମାତ୍ର ବାଣୀବିହାର ସତସଙ୍ଗ ପାର୍କ ଆଗରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୯ ମହିଳା ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍‌ ପହଞ୍ଚି ଆହତ ମହିଳା ପୁଲିସ୍‌ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି। ହେଲେ ଦୁର୍ଘଟଣାର କାରଣ ୟେ ପର୍ଯ୍ୟନ୍ତ ଜଣାପଡିନାହିଁ ।

 

By SonaliP

Leave a Reply

Your email address will not be published. Required fields are marked *