ଆଜି ଖଣ୍ଡପଡ଼ା ବିଧାନସଭା କ୍ଷେତ୍ର ପାଇଁ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅନୁଭବ ପଟ୍ଟନାୟକ। ଗୁରୁବାର ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ ଘୋଷଣା କରିବା ପରେ ଅନୁଭବ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ଆଜି ସ୍ଵାଧୀନ ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ଦେଇଥିଲେ। ନିଜ ସମର୍ଥକ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସେ। ତେବେ ଏଥର ଖଣ୍ଡପଡ଼ାରେ ବିଜେଡି ପାଇଁ କଣ୍ଟା ହେବେ ଅନୁଭବ ବୋଲି ଜଳଜଳ ହୋଇ ଦେଖା ଯାଉଛି। ବିଜେଡି ଭୋଟ ଭାଗ ହେବା ସହ ଏହା ବିଜେପି ପାଇଁ ଲାଭ ଦେଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *