ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା । ଦଳରେ ଅବହେଳିତ ଅଭିଯୋଗ କରି ରାଜ୍ୟ ଉପସଭାପତିଙ୍କୁ ପଠାଇଥିଲେ ଇସ୍ତଫା ପତ୍ର ।

ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ୁଥିବା ଦେଖାଯାଇଛି । ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇଥିଲେ। ନିଜର ଇସ୍ତଫା ପତ୍ର ଗ୍ରହଣ କରିବା ପାଇଁ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିବେଦନ କରିଛନ୍ତି । ଦଳ ପାଇଁ ସେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥିଲେ ହେଁ ନେତୃତ୍ୱଙ୍କର ସେ ଆସ୍ଥା ଭାଜନ ହୋଇ ପାରିଲେ ନାହିଁ । ଦଳରେ ତାଙ୍କ ପାଇଁ ଆଉ କିଛି ବାକି ନାହିଁ ଇସ୍ତଫା ପତ୍ରରେ ଜିନା ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *