ଆକ୍ଟିଭ ମୋଡରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି। ଓଡ଼ିଆ ଅସ୍ମିତା ଉପରେ ରିତୁରାଜଙ୍କ ସହ ଏକ ଭାବାତ୍ମକ ଭିଡ଼ିଓରେ ଦେଖା ଯାଇଛନ୍ତି ଅନୁଭବ ।

ଏହା ସହ ସୋସିଆଲ ମିଡ଼ିଆରେ ତଥ୍ୟ ପ୍ରମାଣ ସହ ରାଜନୀତିରେ ଦମଦାର ଏଣ୍ଟ୍ରି କରିବା ସହ ବିଜେଡିର ଅସଲ ମୁଖା ଖୋଲିଛନ୍ତି ଅନୁଭବ। ପାଣ୍ଡିଆନ ଓଡ଼ିଶା ପାଇଁ କାଳ ଆଉ ବିକାଶ ବିରୋଧୀ ବୋଲି ସଫା ସଫା କହିଦେଲେ ଅନୁଭବ।

କେନ୍ଦ୍ରାପଡ଼ାରେ ତାଙ୍କୁ କାମ କରେଇ ଦେଇନି ବିଜେଡି ସରକାର। ଏ ସବୁ ପଛରେ ଦାୟୀ କେବଳ ପାଣ୍ଡିଆନ ବୋଲି ସେ କହିଛନ୍ତି। କେନ୍ଦ୍ରାପଡ଼ାରେ ସୁପର ସ୍ପେସିଆଲିଟି ମେଡିକାଲ୍ କଲେଜ ଓ ହସପିଟାଲ ପାଇଁ ଅନୁଭବ ସଂସଦରେ ବହୁବାର ଦାବି କରିଥିଲେ ମଧ୍ୟ ସହଯୋଗ କରିନଥିଲା ବିଜେଡି। ନିଜେ କାମ ଭଣ୍ଡୁର କରି ଅନୁଭବଙ୍କ ନାଁ ରେ ଦେଇଥିଲା ଦୋଷ।

ଅନୁଭବ ଏ ସମ୍ବନ୍ଧୀୟ ଗୋଟିଏ ଚିଠି ପୋଷ୍ଟ କରି ଲେଖିଛନ୍ତି ତତ୍କାଳୀନ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, କେନ୍ଦ୍ରାପଡ଼ାର ଏକ ସୁପର ସ୍ପେସିଆଲିଟି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ପାଇଁ ମୋର ଦାବି ଉପରେ ଜବାବ ଦେଇଥିଲେ। ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆସନ ଅପହରଣକାରୀ ଏହାକୁ ଚାପିଦେଇଥିଲେ, ସମର୍ଥନ କରିନଥିଲେ ଏବଂ ନିଜ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କୁ କୌଣସି ପ୍ରସ୍ତାବ ଦେଇନଥିଲେ।

ଅନୁଭବଙ୍କ ଏହି ପଦିଏ ଲେଖା ବିଜେଡିର ଦୋମୁହାଁ ନୀତିକୁ ପଦାରେ ପକାଇବା ସହ ପାଣ୍ଡିଆନ ଓଡ଼ିଶା ବିରୋଧୀ ବୋଲି ସ୍ପଷ୍ଟ କରିଛି।

By Nirvay

Leave a Reply

Your email address will not be published. Required fields are marked *