ଭରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ IPS ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ ହେଲା। ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ECIଙ୍କ ନିର୍ଦ୍ଦେଶ ପରେ ଏମ୍ସ ଭୁବନେଶ୍ବର ପକ୍ଷରୁ ୬ ଜଣିଆ ବୋର୍ଡ ଗଠନ ହୋଇଥିବା ଜଣା ପଡିଛି। ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବୋର୍ଡ ଗଠନ ହୋଇଥିବା ବେଳେ ବୋର୍ଡରେ ମେଡିସିନ୍, ସର୍ଜରୀ, ଅର୍ଥୋପେଡିକ୍, ନ୍ୟୁରୋ ବିଶେଷଜ୍ଞ ସାମିଲ୍ ଅଛନ୍ତି ବୋଲି ସୂଚନା ରହିଛି। ଯାଞ୍ଚ ପାଇଁ ଆଶିଷ ସିଂ ଏମ୍ସ ଆସିଲେ ସ୍ବାସ୍ଥ୍ୟ ପରୀକ୍ଷା କରିବ ବୋର୍ଡ। ମେ ୪ ରୁ ମେଡିକାଲ ଲିଭ୍‌ରେ ଥିବା ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ ECI।

By Nirvay

Leave a Reply

Your email address will not be published. Required fields are marked *