ମୟୂରଭଞ୍ଜ ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପ୍ରସଙ୍ଗ ଉଠାଇଛନ୍ତି । ମୋଦୀ ପ୍ରଶ୍ନ କରିଛନ୍ତି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ମାତ୍ରାରେ ଖରାପ ହେଲା କେମିତି ? ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଛି। ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ରହିଛି। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ବିଜେପି ତା’ର ଖୁଲାସା କରିବ। ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି।

ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଏତେ ଖରାପ କେମିତି ହେଲା। ସେନେଇ ସବୁ କଥା ସାମ୍ନାକୁ ଆସିବ। ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ ବୋଲି ଆଶଙ୍କା ରହୁଛି। ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି? ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି। ତେଣୁ ଭାଜପା ସରକାରକୁ ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ। ନବୀନଙ୍କ ଅଚାନକ କେମିତି ସ୍ବାସ୍ଥ୍ୟ ଖରାପ ହେଲା, ତା’ ନେଇ ଯାଞ୍ଚ କରାଯିବ ବୋଲି ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *