ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏବେ ବି ଏହି ପ୍ରସଙ୍ଗରେ ପୂର୍ଣ୍ଣ ଚ୍ଛେଦ ପଡ଼ିନି । ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଏମିତି ମନ୍ତବ୍ୟ ଦେଇଛନ୍ତି ।

ଅମିତ ଶାହା କହିଛନ୍ତି ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇନାହଁ। ଯଦି ଆଗକୁ ମେଣ୍ଟ ହୁଏ, ତେବେ ଆମେ ବିଜେଡି ଓ ବିଜେପି ମିଶିକି ନିର୍ବାଚନ ଲଢିବୁ। ଯଦି ମେଣ୍ଟ ନହୁଏ ତାହେଲେ ବିଜେପି ଓଡ଼ିଶାରେ ସରକାର ଗଠନ ପାଇଁ ଜୋରଦାର ଲଢେଇ କରିବ ।

ଅମିତ ଶାହ କହିଛନ୍ତି,” ‘ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହା ଉପରେ ନିଷ୍ପତ୍ତି ନେବେ ।”ନୂଆଦିଲ୍ଲୀରେ ନ୍ୟୁଜ ୧୮ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ରାଇଜିଂ ଭାରତ ସମ୍ମିଳନୀରେ ଓଡ଼ିଶାରେ ବିଜେପି -ବିଜେଡି ମେଣ୍ଟ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଅମିତ ଶାହ ଏହା କହିଛନ୍ତି ।

ଅମିତ ଶାହ କହିଛନ୍ତି,” ମେଣ୍ଟ ହେଉ କିମ୍ୱା ନ ହେଉ ବିଜେପି ଲୋକସଭା ଓ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ଏହା ନିଶ୍ଚିତ ଯେ ଆମେ ଓଡ଼ିଶାରେ ଆମର ଶକ୍ତି ବୃଦ୍ଧି କରିବୁ । ମୋଦିଙ୍କ ପାଇଁ ଓଡ଼ିଶାର ଲୋକଙ୍କର ସ୍ନେହ ଆମ ବିଜେପି କର୍ମୀମାନେ ନମ୍ରତାର ସହ ଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂସଦରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ବିଜେପିକୁ ସମର୍ଥନ ଦେଇଛି । ଏହା ଗଣତନ୍ତ୍ରର ସବୁଠୁ ବଡ଼ ସୁନ୍ଦରତା ।”

ଏହି ସମ୍ମିଳନୀରେ ଗତକାଲି ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମେଣ୍ଟ ସଂପର୍କିତ ପ୍ରତିକ୍ରିୟା ପରେ ଆଜି ଗୃହ ମନ୍ତ୍ରୀ ଏହା କହିଛନ୍ତି ।

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *