ରାଜ୍ୟ ଯୁବ ବିଜେପି ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି । ଚାନ୍ଦବାଲିରେ ନିର୍ବାଚନ ପ୍ରଚାରରୁ ଫେରିବା ବେଳେ  ତାଙ୍କ ଉପରେ ଆକ୍ରମଣ ହୋଇଛି। ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିଯାଇଛି। ଅଭିଳାଷଙ୍କୁ ଚିକତ୍ସା ପାଇଁ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି । ଆକ୍ରମଣ ନେଇ ବିଜେପି କର୍ମୀ ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ , ଯୁବ ବିଜେପି ରାଜ୍ୟ ସଭାପତି ଓ ତାଙ୍କର କିଛି ସାଥି ନିର୍ବାଚନ ପ୍ରଚାରରୁ ଫେରିବା ବେଳେ କରଞ୍ଜମାଳ ପଞ୍ଚାୟତର ଖପୁରିଆ ଛକ ନିକଟରେ ଶହେରୁ ଅଧିକ ବିଜେଡି କର୍ମୀ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣ ପଛରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଅଭିଳାଷ ଓ ସ୍ଥାନୀୟ ବିଜେପି ଯୁବ ନେତାଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଗାଡିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛନ୍ତି ।ଏହି ଘଟଣାରେ ରମେଶ ନାୟକ (କରଞ୍ଜମାଳ ସରପଞ୍ଚ ) ଦିଲୁ ନାୟକ,  ମାନ ମହାନ୍ତି , ଧୁସା ମଣ୍ଡଳ ସାଙ୍କୁରୁ ମାଜି  ଏବଂ ଅନ୍ୟ ୮0 ଜଣ ସମ୍ପୃକ୍ତ ଅଛନ୍ତି। ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ୨00 ରୁ ଅଧିକ ବିଜେପି କର୍ମୀ ଭଦ୍ରକ-ଧାମରା ରାସ୍ତାରେ ଧାରଣାରେ ବସିଛନ୍ତି ।

 

By SonaliP

Leave a Reply

Your email address will not be published. Required fields are marked *