ଭୁବନେଶ୍ୱର : ଆଜି ଏକ ସାକ୍ଷାତକାରରେ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନ ପଟ୍ଟନାୟକ କହିବା ପରେ କାଉଣ୍ଟର କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ‘ଏ ଲୋକ ତାଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ ଦେଖୁଛନ୍ତି । ତାଙ୍କ ହାତ ଗୋଡ ଏ କଣ୍ଟ୍ରୋଲ କରୁଛନ୍ତି । ଷ୍ଟେଜ ଉପରେ ତାଙ୍କୁ ଗୋଇଠା ମାରିବା ଲୋକ ଦେଖିଛନ୍ତି, ତାଙ୍କ ମାଇକ୍‌ ଧରିବାଠାରୁ ଆରମ୍ଭ କରି ଭାଷଣ ପ୍ରମ୍ପଟିଂ ବି କରୁଛି । ସେ ଲୋକଟି ଦଳ, ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରୁଛି । ଲୋକ ଜାଣିଛନ୍ତି, ଯଦି ଏଥର ସେମାନେ ନବୀନବାବୁଙ୍କୁ ଙ୍କୁ ଭୋଟ ଦିଅନ୍ତି ତେବେ ତାଙ୍କ ଭୋଟ୍‌ ଉକ୍ତ ଅଣଓଡ଼ିଆ ତାମିଲ ଲୋକ ପାଖକୁ ଯିବ ।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି କହିଛନ୍ତି । ଓଡ଼ିଶାବାସୀ ମୋ ଉତ୍ତରାଧିକାରୀ ବାଛିବେ । ସେ ଆହୁରି କହିଛନ୍ତି, ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି । ସାରା ରାଜ୍ୟରେ ମୁଁ ନିର୍ବାଚନ ପ୍ରଚାର କରୁଛି । ମୋ ସ୍ୱାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ପାରିନଥାନ୍ତି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି କହିଛନ୍ତି ।

 

By SonaliP

Leave a Reply

Your email address will not be published. Required fields are marked *