ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଓକାକ ଟେଣ୍ଡର ଦୁର୍ନୀତି ବିରୋଧରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଂଟିନ ଛକଠାରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ର‌୍ୟାଲି ବାହାରି ମାଷ୍ଟର କ୍ୟାଂଟିନ ଦେଇ ଜନପଥରେ ଅଗ୍ରସର ହେଉଥିବା ବେଳେ ପୋଲିସ ଯୁବ କଂଗ୍ରେସ ନେତୃବର୍ଗଙ୍କୁ ଅଟକାଇଥିଲା । ଏହି ଅବସରରେ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଛନ୍ତି ଯେ ଓକାକ ଟେଣ୍ଡର ମହାଦୁର୍ନତିେୀ ସଂପୃକ୍ତ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇଟି ସଚିବ ବିଶାଳ ଦେବ ଏବଂ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସଂପୃକ୍ତ । ମୋହନ ସରକାର ଏମାନଙ୍କୁ ଘଂଟ ଘୋଡାଉଛନ୍ତି । କଳା ତାଲିକା ଭୁକ୍ତ ଠକ ଓ ଅସାଧୁ କମ୍ପାନୀକୁ କାମ ଦିଆଯାଇ ତାଙ୍କ ଠାରୁ କୋଟି କୋଟି ଲାଞ୍ଚ ହାସଲ ବ୍ୟବସ୍ଥାରେ ମନ୍ତ୍ରୀ ମହାଲିଙ୍ଗ ଓ ଆଇଟି ସଚିବ ବିଶାଳ ରହିଛନ୍ତି । ଯେତେ ସବୁ ଠକ କମ୍ପାନୀ ସେହିମାନେ ବିଶାଳ ଦେବ ଓ ମନ୍ତ୍ରୀ ମହାଲିଙ୍ଗଙ୍କ ସହତ ଘନିଷ୍ଠ ସମ୍ପର୍କ ରଖି ବେଆଇନ ଭାବେ ଓକାକ ଟେଣ୍ଡର ଜିତି ଲାଭବାନ ହେଉଛନ୍ତି । ସରକାରୀ ସ୍କୁଲରେ ଏଆଇ ଭର୍ଚୁଆଲ କ୍ଲାସରୋମ, ଆଦର୍ଶ ସ୍କୁଲରେ କମ୍ପ୍ୟୁଟର ଲ୍ୟାବ, ପୌରାଞ୍ଚଳ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପ୍ରଭୃତିରେ ଭିଡିଓ କନଫରେନ୍ସି ଇନଫ୍ରାଷ୍ଟ୍ରଚର ସ୍ଥାପନ କାମ ପାଇଁ ଭିନ୍ନ ଭିନ୍ନ ପ୍ରାୟ ୧୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ ବ୍ୟବସ୍ଥାର ଟେଣ୍ଡର ହୋଇସାରିଛି । ଆଇଟି ମନ୍ତ୍ରୀ ଓ ଆଇଟି ସଚିବ ହରିଲୁଟ କରିବାପାଇଁ ସଂପୂର୍ଣ୍ଣଭାବେ ଷଡଯନ୍ତ୍ର ପସ୍ତୁତ କରି ରଖିଛନ୍ତି ।

ଏହି ଅବସରରେ ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ କହିଥିଲେ ଯେ ଆମେ ଏହି ପ୍ରସଙ୍ଗରେ ୪ ମାସ ତଳେ ଆନ୍ଦୋଳନ କରିଥିଲୁ ଏବଂ ଏହାର ପ୍ରତ୍ରିକିୟାରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍କ ଟେଣ୍ଡର ପକ୍ରିୟାରେ ସ୍ୱଚ୍ଛତା ହୋଇନଥିବାର ଅନୁଭବ କରି ୭ ଦିନ ମଧ୍ୟରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠା ପାଇଁ ପ୍ରତିଶ୍ରୁତି ଦେବାଠାରୁ ୪ ମାସ ବିତିଗଲେ ମଧ୍ୟ ଫଳ ଶୂନ । ଯିଏ ଦୁର୍ନୀତି କରିଛି ତାଙ୍କୁ ତଦନ୍ତ ଭାର ଦେବା ଦୁର୍ଭାଗ୍ୟଜନକ ।

ସେଲକନ ଇମପେକ୍ସ ପ୍ରାଇଭେଟ ଲିମିଟେଡ – ୧୦୦୦ କୋଟି ଟଙ୍କାର ଦୁର୍ନୀତି :-

ଓଡ଼ିଶାର ୫୩୭୦ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ଏଆଇ କ୍ଲାସ ରୁମ ପାଇଁ ଓକାକ ମାଧ୍ୟମରେ ୧୦୦୦ କୋଟି ଟଙ୍କାର ଟେଣ୍ଡର କରାଯାଇଛି । ଏହାର କାର୍ଯ୍ୟାନ୍ୱୟନ ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ୫ ବର୍ଷ ଅବଧି ରହିବ । ଯେଉଁ ସେଲକନ ଇମପେକ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ କାର୍ଯ୍ୟଭାର ଦିଆଯାଇଛି ତାହା ଏକ ଦୁର୍ନୀତିଗସ୍ତ କମ୍ପାନୀ ଓ ତା ନାମରେ ନିଜର ଆର୍ଥିକ ସ୍ଥିତିକୁ ବଢ଼ାଚଡ଼ା କରି ଉପସ୍ଥାପନ କରିବାର ଅଭିଯୋଗ ରହିଛି । ଠକେଇ, ଜାଲିଆତି, ଆର୍ଥିକ ଅପରାଧ, ଭୟ ସୃଷ୍ଟିକାରି ଓ ଷଡଯନ୍ତ୍ର ଭଳି ମକଦ୍ଦମା ହାଇଦ୍ରାବାଦରେ ଏହି କମ୍ପାନୀ ନାମରେ ରହିଛି । ଓଡ଼ିଶା ହାଇକୋର୍ଟରେ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାକୁ ଦୁର୍ନୀତିପୂର୍ଣ୍ଣ ଦର୍ଶାଇ କେସ ହୋଇଛି । ଓଡ଼ିଶାରେ ସରକାରୀ ସ୍କୁଲମାନଙ୍କର ଚିତ୍ର ଅତି ବିକଳ । ପ୍ରାୟ ୫୦ ହଜାର ସ୍କୁଲରେ ଭୟଙ୍କର ଶିକ୍ଷକ ମରୁଡ଼ି ଥିବାବେଳେ ସ୍କୁଲର ଭିତ୍ତିଭୂମି ଅତି ଦୟନ ପରିସ୍ଥିତିରେ ଅଛି । ଡ୍ରପଆଉଟ ଦିନକୁ ଦିନ ବଢ଼ିଚାଲିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀମାନେ ନାମ ଲେଖାଉନାହାନ୍ତି । କମ୍ପ୍ୟୁଟର ଶିକ୍ଷକ ଅଭାବରୁ କମ୍ପ୍ୟୁଟର ଖତ ଖାଉଛି । ୨୦ ହଜାର ସ୍କୁଲରେ ଡ୍ରେକ୍ସ ବେଞ୍ଚ ନାହିଁ । ୧୫ ଶହ ସ୍କୁଲରେ ବିଜୁଳି ନାହିଁ । ଏଆଇ ଶିକ୍ଷକ ନାହାନ୍ତି । ୧୭୬୩ ସରକାରୀ ସ୍କୁଲରେ କୋଠା ବିପଦ ସଂକୁଳ ଅବସ୍ଥାରେ ଅଛି । ଏଭଳି ପରିସ୍ଥିତିରେ ଏଆଇ କ୍ଲାସ ରୁମ ପାଇଁ ୧୦୦୦ କୋଟି ଖର୍ଚ୍ଚ କରିବା ପୁଣି ଏକ ଠକ କମ୍ପାନୀ ସେଲକନ ଇମଫେକ୍ସ ପ୍ରାଇଭେଟ ଲିମିଟେଡ ମାଧ୍ୟମରେ ଯାହାକି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ବିଶ୍ୱାସଘାତକତା ଛଡ଼ା ଆଉ କିଛି ନୁହେଁ ।

ଆଇଏନପି ଟେକ୍ନୋଲୋଜିସ ଲିମିଟେଡ:-

ଆଦର୍ଶ ବିଦ୍ୟାଳୟ ସଂଗଠନରେ ୧୨୮ ଟି କମ୍ପ୍ୟୁଟର ଲ୍ୟାବ ସ୍ଥାପନ ପାଇଁ ଆଇଏପି ଟେକ୍ନୋଲୋଜି ଲିମିଟେଡ ଓକାକ ମାଧ୍ୟମରେ ହାତେଇଛି ୭୦ କୋଟି ଟଙ୍କାର ଟେଣ୍ଡର । ଆଇଏନପି କମ୍ପାନୀ ନାମରେ ବିନା ଅନୁମତିରେ “ସବଜେକ୍ଟ ୱାର୍କସ” ବ୍ୟବହାର ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟରେ ଥିନଭେଣ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ କେସ କରିଛନ୍ତି । ଅଭିଯୋଗକାରୀ କମ୍ପାନୀର ଇଂଜିନିୟରମାନେ ପରୀକ୍ଷା କରି ଦେଖିଛନ୍ତି ଯେ ଏଭଳି ଚୋରି କାର୍ଯ୍ୟ କରିଛି । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏ ସମ୍ପର୍କରେ ଅବଗତ ଅଛନ୍ତି । ଏଣୁ ଆଇଏନପିର ଚୋରି ବାବଦରେ କେସ ଚାଲୁ ରହିଛି । ଅନ୍ୟପକ୍ଷରେ ଏହି ଆଇଏନପି କମ୍ପାନୀକୁ କାର୍ଯ୍ୟାଦେଶ ନଦେବା ପାଇଁ ୨୦୨୩ ମସିହାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ତତ୍‌କାଳନୀ ପ୍ରୋଜେକ୍ଟ ଡାଇରେକ୍ଟର ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା ୨୦୧୬/ଓଏଭିଏସ ଏକ ପତ୍ର ଲେଖିଥିଲେ ଯେ ସ୍ମାର୍ଟକ୍ଲାସ, ଆଇସିଟି ଲ୍ୟାବ, ସିସିଟିଭି ନେଟୱାକିଂ ପ୍ରଭୃତି ପାଇଁ ଆଇଏନପିକୁ କାର୍ଯ୍ୟାଦେଶ ନଦେବା ପାଇଁ । ହେଲେ ଏସବୁକୁ ବେଖାତିର କରି ଆଇଏପିକୁ ଦିଆଯାଇଛି କାର୍ଯ୍ୟାଦେଶ ।

ଓମିନିଲିଙ୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ :-

ଓମିନିଲିଙ୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡକୁ ସମସ୍ତ ପୌରାଞ୍ଚଳ କାର୍ଯ୍ୟାଳୟରେ ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗରେ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଭିଡିଓ କନଫରେସିଂ ଇନଫ୍ରାଷ୍ଟ୍ରଚର ସ୍ଥାପନ ପାଇଁ ୭୦ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ପ୍ରିଣ୍ଟ ଲିଙ୍କ ଏକ କଳା ତାଲିକାଭୁକ୍ତ ଠକ କମ୍ପାନୀଭାବେ ବଦନାମ ମୁଣ୍ଡାଇଲା ପରେ ଏହାର ନାମ ବଦଳାଇ ଏହି କମ୍ପାନୀର ନାମକୁ ଓମିନିଲିଙ୍କ ଭାବେ ନାମିତ କରାଯାଇଛି । ଭାରତ ସରକାରଙ୍କର ଟେଲି କମ୍ୟୁନିକେସନ ପକ୍ଷରୁ ପତ୍ର ସଂଖ୍ୟା ଟିସିଆଏଲ / ଡିଟି / ଟିସି / ଓସିଏସି -ଭିସି /୦୨/ ବ୍ୟାନିଂ ରେ ପ୍ରିଂଟଲିଙ୍କ କମ୍ପ୍ୟୁଟର ଆଣ୍ଡ କମ୍ୟୁନିକେସନ ପ୍ରାଇଭେଟ ଲିମିଟେଡକୁ ସଂପୂର୍ଣ୍ଣ ବ୍ୟବସାୟୀକ ଡିଲିଂ ବ୍ୟାନ କରାଯାଇଛି । ଏହି କମ୍ପାନୀ ଏକ କଳା ତାଲିକାଭୁକ୍ତ କମ୍ପାନୀ ହୋଇଥିଲେ ବି ଆଇଟି ମନ୍ତ୍ରୀ ଓ ଆଇଟି ସଚିବଙ୍କ ନିକଟରେ ଏହା ବିଶ୍ୱାସଭାଜନ ହୋଇପାରିଛି । ଓକାକ ଟେଣ୍ଡର ଦୁର୍ନୀତି ଓଡ଼ିଶା ପ୍ରଶାସନର ବିକଳ ଚିତ୍ର ପ୍ରଦାନ କରୁଛି ବୋଲି ଓଡ଼ିଶା ପ୍ରଭାରୀ ତଥା ଅଖିଳ ଭାରତ ଯୁବ କଂଗ୍ରେସ ସମ୍ପାଦିକା ରେହେନା ରାଜୁ କହିଥିଲେ ।

କଳା ତାଲିକା ଭୁକ୍ତ ଠକ ଓ ଅସାଧୁ କମ୍ପାନୀକୁ କାମ ଦିଆଯାଇ ତାଙ୍କ ଠାରୁ କୋଟି କୋଟି ଲାଞ୍ଚ ନେବାପାଇଁ ମନ୍ତ୍ରୀ ମହାଲିଙ୍କ ଓ ଆଇଟି ସଚିବ ବିଶାଳ ଦେବ ଷଡଯନ୍ତ୍ର କରିଛନ୍ତି । ଯେତେ ସବୁ ଠକ କମ୍ପାନୀ ସେହିମାନେ ବିଶାଳ ଦେବ ଓ ମନ୍ତ୍ରୀ ମହାଲିଙ୍ଗଙ୍କ ସହତ ଘନିଷ୍ଠ ସମ୍ପର୍କ ରଖି ବେଆଇନ ଭାବେ ଓକାକ ଟେଣ୍ଡର ଜିତି ଲାଭବାନ ହେଉଛନ୍ତି । ଏହି ମହାଦୁର୍ନୀତିର ବିଚାରବିଭାଗୀୟ ତଦନ୍ତ ଦାବି କରିବା ସହ ଆଇଟି ମନ୍ତ୍ରୀଙ୍କ ଇସ୍ତଫା ଏବଂ ଆଇଟି ସଚିବଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରୁଛୁ । ଏହି କାର୍ଯ୍ୟକ୍ରମରେ ଆଇଟି ସଚିବ ବିଶାଳ ଦେବ, ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍କ ଓ ଗଣଶିକ୍ଷା ମନ୍ତ୍ରି ନିତ୍ୟାନନ୍ଦ ଗଣଙ୍କଙ୍କ କୁଶପୁତଳିକା ଦାହ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୁଦିପ ସାମଲ, ଆଲୋକ ଦାସ, ମହମ୍ମଦ ଗୁଲଫାମ, ସ୍ୱାଗତ କର, ଲକ୍ଷ୍ମିପ୍ରିୟା ନାୟକ, ରଞ୍ଜନ ଦାସ, ମୋହନ ନାୟକ, ସୁରଜ ବେହେରା, ସୁରଜ ରାଉତ, ବଳରାମ ନନ୍ଦ, ଚିତ୍ତରଞ୍ଜନ ନାୟକ, ନିରଞ୍ଜନ ଆଚାର୍ଯ୍ୟ, ରଞ୍ଜିତ ପାଇକରାୟ, ନିରଞ୍ଜନ ଦାସ, ଶୁଭମ ଦାସ, ମନୋଜ ନାୟକ,ବିଭୂତି ଭୁଷଣ ମହାନ୍ତି ପ୍ରମୁଖ ବହୁ ଯୁବ କଂଗ୍ରେସ ନେତା ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *