ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ୭୦ ବର୍ଷ ବୟସରେ ପରଲୋକ । ଛତିଶଗଡ଼ର ରାୟପୁରର ଏମ୍ସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ତୀଜନ ବାଈ । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ରବିବାର ଭୋର ୩:୧୫ ରେ ତୀଜନ ବାଈଙ୍କ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସୁପ୍ରସିଦ୍ଧ ପଣ୍ଡୱାନୀ ଗାୟିକା ତୀଜନ ବାଈଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ । ସେ ଛତିଶଗଡ଼ର ଲୋକକଳାକୁ ନିଜର ଭବ୍ୟ ପ୍ରସ୍ତୁତିରେ ଦୁନିଆରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲେ । ତାଙ୍କ ପରଲୋକ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏଭଳି ମୁହୂର୍ତ୍ତରେ ମୋ ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ରହିଛି । ଓମ୍ ଶାନ୍ତି ! ତୀଜନ ବାଈ ଲୋକ କଳାକୁ ବିଶ୍ୱସ୍ତରୀୟ ମାନ୍ୟତା ଆଣିଥିଲେ। ତାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। ତୀଜନ ବାଈ ମଞ୍ଚରେ ମହାଭାରତର କାହାଣୀ ଉପସ୍ଥାପନ କରିଥିଲେ ଏବଂ ଭାରତୀୟ ଲୋକ କଳା ଜଗତରେ ବିଶେଷ ସ୍ୱୀକୃତି ପାଇଥିଲେ। ତୀଜନ ବାଈଙ୍କୁ ୧୯୮୮ ମସିହାରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ୧୯୯୫ ମସିହାରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୩ ମସିହାରେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ଏହା ସହ ସେ ୨୦୧୬ରେ ଏମ୍ଏସ୍ ଶୁଭଲକ୍ଷ୍ମୀ ଶତବାର୍ଷିକୀ ପୁରସ୍କାର ପାଇଥିଲେ। ୨୦୧୯ରେ ତାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। Post navigation Low Pressure Rain in Odisha: ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା; ୫ ଟି ଜିଲ୍ଳାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ Odisha Voter List Revision 2026: ରାଜ୍ୟରେ ଏସଆଇଆର ପ୍ରକ୍ରିୟାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ