ଅଦାନୀ ସହ ଓଡ଼ିଶା ସରକାରଙ୍କ ୧ ଲକ୍ଷ ୧ ହଜାର କୋଟିର ଏମଓୟୁ । ଏକ ପ୍ରସ୍ତାବିତ ଆଲୁମିନିୟମ ପ୍ରକଳ୍ପ ପାଇଁ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍), UAE ଏବଂ ଓଡ଼ିଶା ସରକାରଙ୍କ IPICOL ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ IHC ଆବୁଧାବିର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୟଦ ବାସର ଶୁଏବଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ ୧୧.୫ ବିଲିୟନ ଡଲାର ପୁଞ୍ଜିନିବେଶ କରାଯିବ। ଏଥିରେ ଏକ ବିଶାଳ ରିଫାଇନେରୀ, ସ୍ମେଲ୍ଟର, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ଡାଉନଷ୍ଟ୍ରିମ୍ ମାନୁଫ୍ୟାକଚରିଂ ପାର୍କ ଅନ୍ତର୍ଭୁକ୍ତ ରହିଛି । ଏହି ଏମ୍ଓୟୁ ଦ୍ବାରା ୫୩,୫୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। Post navigation Adani-IHC Aluminium Mega Project to come up in Odisha, 53,500 Jobs likely Japanese PM Sanae Takaichi receives ceremonial welcome at Rashtrapati Bhavan