କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ନିଖୋଜ ହୋଇଯାଇଥିବା ବାରିପଦାର ଚନ୍ଦ୍ରକାନ୍ତ ମହାନ୍ତି (୫୬ ବର୍ଷ) ନାମକ ଜଣେ ବୃଦ୍ଧ ରୋଗୀଙ୍କୁ ଉଦ୍ଧାର କଲା ପୋଲିସ। କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ସମ୍ପର୍କୀୟ ଲୋକ ଆସିବା ପରେ ତାଙ୍କୁ ପୋଲିସ ହସ୍ତାନ୍ତର କରିବ । ମଙ୍ଗଳବାର ନେଫ୍ରୋଲୋଜି ଡାକ୍ତରଙ୍କୁ ଦେଖାଇବାକୁ ଏସସିବି ମେଡିକାଲକୁ ପରିବାର ଆଣିଥିବା ବେଳେ ନିଖୋଜ ଥିଲେ ବୃଦ୍ଧ ।

Leave a Reply

Your email address will not be published. Required fields are marked *