କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରିଛି କଂଗ୍ରେସ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଦୁହୁରିଆରେ ଶତାଧିକ କଂଗ୍ରେସ କର୍ମୀ ନାରାବାଜୀ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରିଥିବା ଦେଖା ଦେଇଛି । ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ବିରୋଧ କରୁଥିବା ବେଳେ ଉଭୟ ଦଳର କର୍ମୀ ସାମ୍ନାସାମ୍ନି ହୋଇଛନ୍ତି । ଆଇନ-ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ କିଛି କଂଗ୍ରେସ କର୍ମୀଙ୍କୁ ଅଟକ ରଖି ପରେ ଥାନାକୁ ନେଇଥିବା ଜଣାପଡ଼ିଛି। Post navigation Maoist Weapons Cache Seized in malkangiri: ମାଲକାନଗିରିର ଜଙ୍ଗଲରୁ ଜବତ ହେଲା ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର