ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା କ୍ୟାମେରାମ୍ୟାନ ଦିଲୀପ ରାୟଙ୍କ ପରଲୋକ ହୋଇଯାଇଛି । କଟକ ଗୋରାକବର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ସହିତ ଜଡ଼ିତ ଥିଲେ । ୭୦ରୁ ଅଧିକ ଓଡ଼ିଆ ଫିଲ୍ମ ସହ ୧୫ଟି ବଙ୍ଗଳା ସିନେମାରେ ସେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରିଥିଲେ । ‘ଚକାଭଉଁରୀ’, ‘ବିଧିବିଧାନ’, ‘ବସ୍ତ୍ରହରଣ’ ଓ ‘ଲକ୍ଷ୍ମଣରେଖା’ ଭଳି ଲୋକପ୍ରିୟ ଓଡ଼ିଆ ଫିଲ୍ମରେ ତାଙ୍କର କ୍ୟାମେରା କାର୍ଯ୍ୟ ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା । ଦିଲୀପ ରାୟ ୫ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସେ ହେଉଛନ୍ତି ପ୍ରଥମ ଓଡ଼ିଆ କ୍ୟାମେରାମ୍ୟାନ ଯିଏ ଏତେ ସଂଖ୍ୟକ ରାଜ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ଅଭିନେତା, ନିର୍ଦ୍ଦେଶକ ଓ ଟେକ୍ନିସିଆନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । Post navigation Venezuela Earthquakes Death Toll rises to 920, 50,000 missing, over 3,360 critically injured Farmers Protest Over Token Issue: ଟୋକନ୍ ସମସ୍ୟାକୁ ନେଇ ଚାଷୀଙ୍କ ପ୍ରତିବାଦ, ବିଷ ବୋତଲ ଧରି ଡିଆର୍ସିଏସ୍ ଅଫିସ ଘେରାଓ