ଶଙ୍ଖ ଭବନରେ ସୁଜାତାଙ୍କୁ ଭେଟିଲେ ବବି ଦାସ। ଦଳରେ ନୂଆ ଯୋଗ ଦେଇଥିବା ସୁଜାତା ରାଉତ ଓ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ମଧ୍ୟରେ ଆଜି ଶଙ୍ଖ ଭବନରେ ବୈଠକ ହୋଇଛି। ତେବେ ବୈଠକରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି, ସେନେଇ କୌଣସି ଆନୁଷ୍ଠାନିକ ସୂଚନା ସାମ୍ନାକୁ ଆସିନାହିଁ । ଗତକାଲି ବିଜେଡିର ମିଶ୍ରଣ ପର୍ବରେ ସୁଜାତା ରାଉତ ଦଳରେ ସାମିଲ ହୋଇଥିଲେ। ତେବେ ସେହି କାର୍ଯ୍ୟକ୍ରମରେ ବବି ଦାସଙ୍କ ଅନୁପସ୍ଥିତି ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଥିଲା। ରାଜନୈତିକ ମହଲରେ ଏହାକୁ ନେଇ ନାନା ପ୍ରକାର କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇ ବବି ଦାସ ସୁଜାତାଙ୍କୁ ବିଜେଡି ପରିବାରକୁ ସ୍ୱାଗତ ଜଣାଇଛନ୍ତି । ଏହା ପୂର୍ବରୁ ବବି ଦାସ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତିବବିଜୁ ଜନତା ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ ନିଷ୍ପତ୍ତି ଦଳକୁ ଅଧିକ ସୁଦୃଢ଼ ଓ ସଂଗଠିତ କରିବା ପାଇଁ ଉଦ୍ଦିଷ୍ଟ। ତାଙ୍କର ଆଜିର ନିଷ୍ପତ୍ତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଲୋକଙ୍କ ଦଳ ବିଜୁ ଜନତା ଦଳରେ ସୁଜାତା ରାଉତ ଯୋଗ ଦେଇଥିବାରୁ ତାଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଉଛି। Post navigation Tamil Nadu Gas Tragedy: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ; ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି Odisha Textbook Blunder: ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲାଗୁଛି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ