ରାଜ୍ୟ ସରକାରୀ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାରେ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ପାଠ୍ୟ ପୁସ୍ତକରେ ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି । ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲାଗୁଛି । ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ତଦନ୍ତ ପାଇଁ କମିଟି ହୋଇଛି । ୭ ଦିନ ଭିତରେ ରିପୋର୍ଟ ଆସିବ । ଷଡ଼ଯନ୍ତ୍ର ଥିଲେ ରିପୋର୍ଟ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେ ଆଉ ମଧ୍ୟ କହିଛନ୍ତି ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ ଅସାଧାରଣ ଭାବରେ ଅଧିକ ରହିଛି। ସ୍କ୍ରିପ୍ଟ୍ ପ୍ରସ୍ତୁତି ଏବଂ ଯାଞ୍ଚ ଠାରୁ ମୁଦ୍ରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଯାଞ୍ଚ ଆବଶ୍ୟକ। ଏଥିରେ ପ୍ରତ୍ୟେକ ଦୋଷୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତତସହିତ ଆଗାମୀ ଦିନରେ ଯେପରି ଏଭଳି ତ୍ରୁଟିର ପୁନରାବୃତ୍ତି ନ ଘଟେ ସେଥିପ୍ରତି ପଦକ୍ଷେପ ନିଆଯିବ । ସେହିପରି ଛାତ୍ରଛାତ୍ରୀଙ୍କ ଠାରୁ ପୁରୁଣା ପୁସ୍ତକ ପ୍ରତ୍ୟାହାର କରାଯାଇ ସଂଶୋଧିତ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ।

 

Leave a Reply

Your email address will not be published. Required fields are marked *