୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜୁ ଜନତା ଦଳ (ବିଜେଡି)। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ରାଜ୍ୟରେ ବିଜେପି ସରକାରଙ୍କୁ ୨ ବର୍ଷ ପୁରିଥିଲେ ମଧ୍ୟ ଲୋକଙ୍କୁ ଦେଇଥିବା ପ୍ରତିଶୃତିରେ ବିଫଳ ହୋଇଛି। ନିର୍ବାଚନ ବେଳେ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ରାଜଗାଦିକୁ ଆସିଥିଲେ ।

ସେ କହିଛନ୍ତି ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ କହି ଭୁଲିଗଲେ । ୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ କିନ୍ତୁ କାର୍ଯ୍ୟକାରୀ କଲେଣି । ନବୀନ ବାବୁ ଯେଉଁ ୧୦୦୦ ଟଙ୍କା ଦେଉଥିଲେ ତାକୁ ବି ଦେଉନାହାନ୍ତି ହିତାଧିକାରୀମାନଙ୍କୁ ।

ସେହିପରି ବିଜେପି କହିଥିଲା ଚାଷୀଙ୍କୁ ୮୦୯ ଟଙ୍କା ଇନପୁଟ ସବସିଡି ଦେବେ। ହେଲେ ୭୩୫ ଟଙ୍କାକୁ ଖସାଇ ଦେଲେ । ଚାଷୀ ପିଛା ୧୫୦ କୁଇଣ୍ଟାଲ ସିଲିଂ ଲଗାଇଛନ୍ତି ଯାହା ସଂକଳ୍ପ ପତ୍ରରେ ନଥିଲା ,ଚାଷୀଙ୍କୁ ଭଣ୍ଡେଇଲେ ।  ଏହା ସହ ସୁଭଦ୍ରାରେ ୫୦ ହଜାର କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ । ଏଥିସହିତ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା ଭୁଲିଗଲେ । ଶୀତ ତାପ ନିତ୍ୟାନ୍ତ୍ରିତ ଗୃହକୁ ହଟାଇ ଦେଲେ । ଭକ୍ତ ଡହଳ ବିକଳ ହେଉଛନ୍ତି । ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କଲେ, କହୁଛନ୍ତି ସ୍ଥଗିତ ରଖିଛୁ । ଏମିତି ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ, ପରେ ପ୍ରତ୍ୟାହାର’।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେପି ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି ଛାତ୍ର ସଂସଦ ନିର୍ବାଚନ ନେଇ କାହିଁକି ୟୁଟର୍ଣ୍ଣ ନେଲେ?’ ଏହା ସହ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କ୍ଷୀର ଦେବା କୁଆଡ଼େ ଗଲା ? ରାଜ୍ୟ ସରକାର ନୂତନ ଯୋଜନା ଅଧୀନରେ ଛାତ୍ର ଛାତ୍ରୀଙ୍କୁ କ୍ଷୀର ୨୦୦ ଏମ୍‌ଏଲ ମିଡି ଡେ ମିଲ ରେ ପ୍ରଦାନ କରିବେ କହିଥିଲେ, ହେଲେ ଏଯାଏଁ ମିଳିଲାନି ।

ସରକାର ବିଧାୟକ ମନ୍ତ୍ରୀ ଦରମା ବଢେଇବା କଥା କହିଥିଲେ,ହେଲେ ପରେ ବାଧ୍ୟ ହେଇ ନିଷ୍ପତି ପ୍ରତ୍ୟାହାର କଲେ, ୟୁ ଟର୍ଣ୍ଣ ନେଇଗଲେ ।  ସେହିପରି ପରିବହନ ମନ୍ତ୍ରୀ କହିଥିଲେ ବିନା ପ୍ରଦୂଷଣ ସାର୍ଟିଫିକେଟରେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ,ଲୋକ pucc ସେଣ୍ଟର ଆଗରେ ଲାଇନଲଗେଇଲେ । ଆକ୍ରୋଶ ଶିକାର ହୋଇ ଏହି ନୋଟିଫିକେଶନ କୁ ପ୍ରତ୍ୟାହାର କଲେ ।

ପୂର୍ବରୁ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ବିଲ୍‌ ପାସ କରାଯାଇଥିଲା ।ସରକାରକୁ ଆସିବା ପରେ ଏହି ଖେଳ ପୁରସ୍କାରକୁ ପ୍ରତ୍ୟାହାର କରି ନାମ ପରିବର୍ତ୍ତନ ପାଇଁ ନୋଟିଫିକେଶନ କଲେ ଓ ପରେ ପ୍ରତ୍ୟାହାର କରିନେଲେ ।

ସେହିପରି ବିଜେପି ନେତା କହିଲେ ଓଡ଼ିଶାରେ ମଦ ବନ୍ଦ କରିବେ କିନ୍ତୁ ସରକାରକୁ ଆସିବା ପରେ ୟୁ ଟର୍ଣ୍ଣ ନେଇଗଲେ । ମଦ ବନ୍ଦ ପରିବର୍ତ୍ତେ ପ୍ରସାର କଲେ । ଗୁଟଖା, ନିକୋଟିନ ବନ୍ଦ କରିବା ପାଇଁ କହିଥିଲେ,ନୋଟିଫିକେଶନ କରିଥିଲେ କିନ୍ତୁ ଗୁଟଖା ଲବିରେ ଚାପି ହୋଇ ଏହାକୁ ପ୍ରତ୍ୟାହାର କରିନେଲେ ।

Leave a Reply

Your email address will not be published. Required fields are marked *