Nirmala Sitharaman in odisha, to Attend Inauguration of RBI Greenfield Data Centre
ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କ ଏହି ଗସ୍ତ ଅବସରରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଗ୍ରୀନଫିଲ୍ଡ ଡାଟା ସେଣ୍ଟରର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କୁ ସ୍ୱାଗତ କରିଥିଲେ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖୋର୍ଦ୍ଧା ଜିଲ୍ଲାର ଜଟଣୀଠାରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଡାଟା ସେଣ୍ଟରର ଉଦ୍‌ଘାଟନ କରିବେ । ଏହାକୁ ନେଇ କାର୍ଯ୍ୟକ୍ରମସ୍ଥଳରେ ପ୍ରସ୍ତୁତି ଜୋରଦାର ଚାଲିଛି । ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *