ପୁଣି ରାଜଧାନୀରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ଭୁବନେଶ୍ବର ଶ୍ରୀୟା ଛକରେ ଆମ ବସ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବାଇକ୍ ଆରୋହୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ଖାରବେଳ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଆମ ବସ୍କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। Post navigation Odisha BJP Govt Election Promise Row: ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରତାରଣା କରିଛନ୍ତି ସରକାର: ବିଜେଡି