ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ସିନ୍ଧେକେଲା ଥାନା ଅଞ୍ଚଳରେ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ସାମ୍ନକୁ ଆସିଛି। ନାବାଳିକାକୁ ରାତିସାରା ଏକ ପାହାଡ଼ ଉପରେ ରଖାଯାଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ପରେ ନାବାଳିକାଙ୍କୁ ସେହି ପାହାଡ଼ ଉପରେ ଛାଡ଼ି ଫେରାର ହୋଇଯାଇଥିଲେ ଅଭିଯୁକ୍ତମାନେ । ଆଜି ସକାଳେ ସ୍ଥାନୀୟ ଲୋକେ ନାବାଳିକାକୁ ଉଦ୍ଧାର କରାଯାଇ ପୋଲିସକୁ ଜଣାଇଥିଲେ। ଘଟଣାର ଖବର ପାଇ ବଲାଙ୍ଗିର ଏସ୍ପି ଅଭିଲାଷ ସ୍ୱୟଂ ସିନ୍ଧେକେଲା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତାଙ୍କୁ ଟିଟିଲାଗଡ଼ ଏମ୍ସିଏଚ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଏହାସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। Post navigation OPSC OCS-2024 Results Declared: Bubun Sahu Tops, 200 Candidates Qualify Odisha Govt plans new road safety policy to prevent accidents