Oplus_131072

ବଦଳିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର । ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା ବିବାଦ ମଧ୍ୟରେ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ସ୍ଥାନାନ୍ତର କରାଯାଇଛି। ଓଡ଼ିଶା ସରକାର କଟକରେ ଯୋଗାଯୋଗ ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଭାବରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗରେ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସଡି) ଭାବରେ ନିଯୁକ୍ତି ଦେଇଛନ୍ତି।

ପୂର୍ବରୁ ଗଙ୍ଗୱାରଙ୍କ ନାଁ ନେଇ ଅଭିଯୋଗ କରିଥିଲେ ମୃତ ସୌମ୍ୟଙ୍କ ମାଆ। ପୁଅ ସୌମ୍ୟଙ୍କୁ ବ୍ୟକ୍ତିଗତ କାମରେ ଲଗାଇବା ସହ ଗୋଡ଼ ମାଲିସ କରାଉଥିଲେ ପୋଲିସ ଏଡିଜି ଦୟାଲ ଗଙ୍ଗୱାର। ଏପରିକିି ନିଜ ସମ୍ପର୍କୀୟଙ୍କ ଏକ ଜିମରେ ଲଗେଇ ସୌମ୍ୟକୁ ମାସକୁ ୯୦ ହଜାର ଲେଖାଏଁ ଦେବାକୁ କହିଥିଲେ।କିନ୍ତୁ ଟଙ୍କା ବଦଳରେ ହଇରାଣ ହରକତ କରିବା ସହ ଦରମା ବନ୍ଦ କରାଇଥିଲେ। ଘର କାମ ନକଲେ ଗାଳି ସହ ମାନସିକ ନିର୍ଯାତନା ଦେଉଥିଲେ ଗଙ୍ଗୱାର। ଯାହାକୁ ନେଇ ପୁଅ ସୌମ୍ୟ ମାନସିକ ଚାପରେ ରହୁଥିଲା।

ସୂଚନା ଯୋଗ୍ୟ; ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଗଙ୍ଗୱାର ଓଡ଼ିଶା ପୋଲିସରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ଏବଂ ରାଜ୍ୟ ସାରା ଯୋଗାଯୋଗ ଏବଂ ସମନ୍ୱୟ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଅବଦାନ ରଖିଛନ୍ତି। ଏହି ପଦକ୍ଷେପ ଆଭ୍ୟନ୍ତରୀଣ କାର୍ଯ୍ୟକୁ ସୁଗମ କରିବା ଏବଂ ଗୃହ ବିଭାଗ ଅଧୀନରେ ନୀତି କାର୍ଯ୍ୟକାରୀତାକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *