ଚଳିତ ବର୍ଷ ଏପ୍ରିଲ ୧୬ରୁ ୧୮ ତାରିଖ ଦେଶର ୨୫ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ସଂସଦରେ ତ୍ରିଦିବସୀୟ ମାତୃଶକ୍ତି ବନ୍ଦନ ଅଧିନିୟମ ଉପରେ ବିଷଦ ଚର୍ଚ୍ଚା କେବଳ ଦେଶର ନାରୀଶକ୍ତିକୁ ୨୦୨୯ ମସିହାରେ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ଦେବନାହିଁ ବରଂ ୨୦୪୭ ମସିହାରେ ବିକଶିତ ଭାରତର ସ୍ୱପ୍ନକୁ ସଫଳ ରୂପାୟନ କରିବାର ଆଧାରଶୀଳା ହେବ । ଏହା ମହିଳାଙ୍କ ନେତୃତ୍ୱରେ ଅର୍ଥନୈତିକ ବିକାଶର ରାସ୍ତା ଖୋଲିବ ।

ସେ ଆଉ ମଧ୍ୟ କହିଛନ୍ତି ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ନେତୃତ୍ୱ”- ୭ ‘ ସ ‘ ହେଉଛି ନାରୀ ଅଧିକାର ପାଇଁ ମୂଳ ଆଧାର । ମହିଳାଙ୍କୁ ସ୍ଥାନ ସଂରକ୍ଷଣ ନୁହେଁ ବରଂ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ଦୀର୍ଘଦିନର ବହୁ ପ୍ରତିକ୍ଷିତ ଶୁଭ ମୁହୁର୍ତର ଅୟମାରମ୍ଭ ସହ ଏପ୍ରିଲ ୧୬ରୁ ୧୮ ଭିତରେ ମୋଦୀଜିଙ୍କ ନେତୃତ୍ୱରେ ଦୃଢ଼ ନିର୍ଣ୍ଣୟ ନେବାର ଶକ୍ତିକୁ ସାର ବିଶ୍ୱ ଦେଖିବ ।

୨୦୨୩ ମସିହାରେ ୧୨୮ତମ ସମ୍ବିଧାନ ସଂଶୋଧନ ଭାରତ ଇତିହାସର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ଆମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ କେବଳ ମହିଳା ପ୍ରତିନିଧି ବୃଦ୍ଧିରେ ସୀମିତ ନୁହେଁ ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଏବଂପ୍ରଭାବଶାଳୀ କରିବା ଦିଗରେ ଏକ ଦୃଢ଼ ପ୍ରୟାସ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ସଂସଦ ଓ ବିଧାନସଭାରେ ରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର କ୍ରିୟାନ୍ୱୟନ ଉପରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଲୋକପାତ କରିଛନ୍ତି । ୨୦୨୩ ମସିହାରେ ୧୨୮ତମ ସମ୍ବିଧାନ ସଂଶୋଧନ ଭାରତ ଇତିହାସର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ଆମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ l ଲୋକସଭା ଏବଂ ରାଜ୍ୟ ବିଧାନସଭା ଗୁଡିକରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ କେବଳ ମହିଳା ପ୍ରତିନିଧି ବୃଦ୍ଧିରେ ସୀମିତ ନୁହେଁ ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଏବଂ ପ୍ରଭାବଶାଳୀ କରିବା ଦିଗରେ ଏକ ଦୃଢ଼ ପ୍ରୟାସ । ୩୩ ପ୍ରତିଶତ ମହିଳା ସଂରକ୍ଷଣର କ୍ରିୟାନ୍ୱୟନ ନିର୍ଣ୍ଣୟ ପ୍ରକ୍ରିୟାରୁ ଦୂରରେ ଥିବା ଜନସଂଖ୍ୟାର ୫୦ ପ୍ରତିଶତ ମହିଳାଙ୍କୁ ନୀତିର ହିତାଧିକାରୀରୁ ନୀତିର ନିର୍ମାତା ହେବାର ପଥ ପ୍ରଶସ୍ତ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।

ପ୍ରଭାତୀ ପରିଡ଼ା କହିଛନ୍ତି ମୋଦୀଜୀଙ୍କ ରାଷ୍ଟ୍ର କୋଣାର୍କର ମୁଣ୍ଡି ମାରିବାର ଦିନ କେବଳ ଏପ୍ରିଲ ୧୬ରୁ୧୮ । ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ସ୍ୱଚ୍ଛ ଭାରତ ମାଧ୍ୟମରେ ଘରେ ଘରେ ଶୌଚାଳୟ ମାଧ୍ୟମରେ ମହିଳା ସମ୍ମାନର ଯେଉଁ ମୂଳଦୁଆ ପକାଇଥିଲେ ତାହା ଆଜିଦିନରେ ମାତୃଶକ୍ତି ବନ୍ଦନ ଅଧିନିୟନରେ ସଂସଦ ଓ ବିଧାନସଭାରେ 33 ପ୍ରତିଶତ ସଂରକ୍ଷଣ ମାଧ୍ୟମରେ ମୁଣ୍ଡିମରା ହେବ ।

ସେହିପରି ଉପମୁଖ୍ୟମନ୍ତ୍ରୀ ମୋଦୀ ସରକାରଙ୍କ ଦ୍ୱାରା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାକୁ ମଧ୍ୟ ପୁଣି ଥରେ ଦୋହରାଇଛନ୍ତି ।

ସଂସଦରେ ଚଳିତ ମାସ ୧୬ ରୁ ୧୮ ଐତିହାସିକ ଆଲୋଚନା ଏବଂ ଏହାର ପୂର୍ବଦିନ ଗୁଡ଼ିକରେ ଓଡ଼ିଶାର ମାତୃଶକ୍ତି ଏହି ଐତିହାସିକ ଦିନଗୁଡ଼ିକୁ ଉତ୍ସବ ରୂପରେ ପାଳନ କରିବାକୁ ଉପ-ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ ମାଧ୍ୟମରେ ଏହି ଅଧିନିୟମକୁ ସମର୍ଥନ କରିବା ସହିତ ରାଲି, ଶୋଭାଯାତ୍ରା ଓ ସାଧାରଣ ସଭା ମାଧ୍ୟମରେ ଏହି ଦିନଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ଆହ୍ୱାନ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *