ତେଲେଙ୍ଗାନା ପୋଲିସ ନିକଟରେ ୪୨ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ଜଣ PLGA ବାଟାଲିଅନର ଏବଂ ୧୧ ଜଣ ତେଲେଙ୍ଗାନା ଷ୍ଟେଟ୍ କମିଟିର ସଦସ୍ୟ ରହିଛନ୍ତି । ସେହିପରି ୧୦ ଜଣ ଦଣ୍ଡକାରଣ୍ୟ SZC ସଦସ୍ୟ ଥିବା ଜଣାପଡିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନିକଟରୁ ବିପୁଳ ବିସ୍ଫୋରକ ଓ ୮୦୦ ଗ୍ରାମ୍ ସୁନା ଜବତ କରାଯାଇଛି । ତେଲେଙ୍ଗାନା ପୋଲିସ ଡିଜିପି ବି. ଶିବଧର ରେଡ୍ଡୀ କହିଛନ୍ତି, ମାଓବାଦୀଙ୍କ ଆତ୍ମସମର୍ପଣ ପରେ ତେଲେଙ୍ଗାନା ମାଓମୁକ୍ତ ରାଜ୍ୟ ହୋଇଛି । ଏଥିପାଇଁ ପୋଲିସ କର୍ମଚାରୀଙ୍କ ସମେତ ସାଧାରଣ ଜନତାଙ୍କ ସହଯୋଗକୁ ସେ କୃତଜ୍ଞତା ଜଣାଇଛନ୍ତି । ୨୦୨୬ ଶେଷ ସୁଦ୍ଧା ଦେଶ ମାଓମୁକ୍ତ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ । ଛତିଶଗଡ଼ ସମେତ ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମହାରାଷ୍ଟ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଡ୍ରୋନ ଓ ସାଟେଲାଇଟ ଦ୍ୱାରା ମାଓ ଗତିବିଧି ଉପରେ ପୁଲିସ ନଜର ରଖିବାକୁ ଜୋର ଦିଆଯାଇଛି । Post navigation OTET Exam 2026: OTET ଆବେଦନ ପାଇଁ ତାରିଖର ସମୟ ସୀମା ବୃଦ୍ଧି Gaganyaan Mission: ଗଗନଯାନ ଅଭିଯାନରେ ବଡ଼ ସଫଳତା; ଆଇଏଡିଟି-୦୨ର ସଫଳ ପରୀକ୍ଷଣ